STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

କାଳିଆ ଆସିଲା ବଡ଼ଦାଣ୍ଡକୁ

କାଳିଆ ଆସିଲା ବଡ଼ଦାଣ୍ଡକୁ

1 min
58


ରଥ ଯେ କାନ୍ଦିଲା ପଥ ଯେ କାନ୍ଦିଲା

     ବାହୁନି କାନ୍ଦିଲେ ଗୁଣ୍ଡିଚା ରାଣୀ,

ବାଇଶି ପାହାଚ ନୀଳଚକ୍ର ନେତ 

    କାନ୍ଦିଲେ ଭକତ ଆନ ପ୍ରାଣୀ।(୧)


ବରଷକେ ଥରେ ରଥରେ ଦେଖିବେ

     କରିଥିଲେ କେତେ ଆଶା,

ନ୍ୟାୟାଧିଶ ମୁଖୁଁ ନାସ୍ତି ବାଣୀ ଶୁଣି

      ତୁଟି ନ ଥିଲା ଭରସା।(୨)


ରଥ କହୁଥିଲା ଆସିବେ କାଳିଆ 

     ବସିବେ ନିଶ୍ଚେ ମୋ ପରେ ,

ସାରଥୀ ଡାହୁକ ଟାହିଆ କୁହନ୍ତି

    ଛୁଇଁବେ ଆମକୁ ଥରେ।(୩)


ସର୍ବମୟ କର୍ତ୍ତା ସେ ଭାଗ୍ୟ ବିଧାତା

       କରି କରାନ୍ତି ସେ ସବୁ,

ଭକତ ଭାବର ଭକତି ପରୀକ୍ଷା

      କରାଉଥାନ୍ତି ସେ ପ୍ରଭୁ।(୪)


ଅନ୍ତ ଘଟାଇଣ ଓଲଟାଇ ଦେଲେ

     ବସି ବିଚାରପତି ଆସନେ,

ବଡ଼ଦାଣ୍ଡେ ଗଡିଯିବ ନନ୍ଦିଘୋଷ

     ଭକ୍ତ ଦେଖିବେ ନୟନେ।(୫)


ଭାଇ ଭଗ୍ନୀ ସାଥେ କାଳିଆ ଆସିଲେ 

       ପହଣ୍ଡିରେ ବଡ଼ଦାଣ୍ଡ,

ମହାମାରୀ ଭଳି ବିପତ୍ତି ଟଳିବ

       ସର୍ବେ କହୁଛନ୍ତି ତୁଣ୍ଡେ।(୬)


ହରିବୋଲ ହୁଳହୁଳିରେ ଫାଟି 

       ପଡିଲା ସଭିଙ୍କ ଘର,

ବଡ଼ଦାଣ୍ଡ ହେଲା ସଭିଙ୍କ ଅଗଣା

    ଘର ହେଲା ଶ୍ରୀମନ୍ଦିର।(୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational