STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଗଛ ପାଇଁ ଗୀତ

ଗଛ ପାଇଁ ଗୀତ

1 min
112

  ଗଛ ପାଇଁ ଗୀତ.

------------------------

ଫୁଲ ଦିଏ ଫଳ ଦିଏ ଦିଏ ପାଣି ପବନ

 ଗଛ ପାଇଁ ହସେ ଧରା ହସେ ଆମ ଜୀବନ..,


 ବରଷା କହୁଛି ଏବେ ମାଟିତ କହୁଛି

 ଲଗାଇବା ପାଇଁ ଗଛ ବେଳତ ଆସିଛି

 ଆସ ସାଙ୍ଗ ଆସ ସାଥୀ ଗଛ ଯିବା ଭରି

 ଦିଗଚଉଦିଗେ ଯିବ ସବୁଜିମା ପୂରି

ଆଖିରେ ନାଚିବ ଆମ ରଙ୍ଗ ଭରା ସପନ

 ଗଛ ଦିଏ ଫୁଲ ଫଳ ଦିଏ ପାଣି ପବନ..


  ଖରା କରିବନି କୋପ ଗଛ ଗଲେଭରି

  ନାଚିବ ବରଷାରାଣୀ ମେଘ ହାତ ଧରି

  ଗୀରିଷମ ହେବ ନାହିଁ ଆମ ପାଇଁ କାଳ

  କମିକମି ଯିବ ନାହିଁ ଭୂଇଁ ତଳ ଜଳ

  ଶୁଖା ଶୁଖା ଲାଗିବନି ଆଷାଢ କି ଶ୍ରାବଣ

  ଗଛ ଦିଏ ଫୁଲ ଫଳ ଦିଏ ପାଣିପବନ....


  ଗଛ ଗହଳରେ ଛାଇ ଗାଇବରେ ଗୀତ

   ଚଇତାଳି ବାଆ ହେବ ଆମ ସାଥେ ମିତ

  ପଡିଆ ପାଲଟି ଯିବ ସବୁଜ ଜଙ୍ଗଲ

   ମାଟି ହୋଇଯିବ ସୁନା ସବୁରି ମଙ୍ଗଳ

   ମହକ ବୁଣିବ ଯେବେ ଆସିବ ଫଗୁଣ

  ଗଛ ଦିଏ ଫୁଲ ଫଳ ଦିଏ ପାଣିପବନ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational