Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sriman Bapu

Inspirational Others

3.8  

Sriman Bapu

Inspirational Others

ଘରଟିଏ ଚାହେଁ

ଘରଟିଏ ଚାହେଁ

1 min
16


ଜୀବନ ଆଶ୍ରୟଟିଏ ଖୋଜେ

       ଘର ,ବସା, ଗୁମ୍ଫା, ପଥର ସନ୍ଧି, 

ହୁଙ୍କା, ଗାତ ଆଉ ଦେହ ।


       ସେ ବସା ବାନ୍ଧେ କିଛି ଦିନ

ବଞ୍ଚିରହିବା,ଅଣ୍ଡା ଦେବା,ପିଲା ଜନ୍ମ ପାଇଁ

       ଶେଷରେ ମରିବା ପୂର୍ବରୁ ଛାଡ଼ି ଯିବାପାଇଁ

ତା ଚିରଂଜିବୀ ହେବାର କାମନାକୁ 

        ଆଉ କିଛି ଜୀବନ ଭିତରେ ।


ଜୀବନଟା କେଉଁ ଶୂନ୍ୟରୁ ଆସେ

        ଅତିଥି ପରି ଘରଟିଏ ବାଛେ

ଘର ମୋହରେ ପଡ଼ି ଘରଟିର ଅତିଥି ନୁହେଁ

        ଘର ହିଁ ସିଏ ବୋଲି ଧରିନିଏ 

ଶେଷରେ ବସାଟିକୁ ଛାଡ଼ିବାକୁ ପଡ଼େ ।


କେବେ କେବେ ତା ଘରଟିରେ ମୁଣ୍ଡ ଗୁଞ୍ଜନ୍ତି

        ଆଉ କିଛି ବେଘର ନିରାଶ୍ରୟ ଜୀବନ

ଲୋକେ ବାପ ଗୋସବାପାର ଘରେ ରୁହନ୍ତି

        ସାପ ରୁହେ ଉଈ ହୁଙ୍କାରେ ଆଉ

ମୂଷା ଗାତରେ ମୂଷାକୁ ଖାଇ ।


ଜୀବନଟା କ'ଣ ନିଃସଙ୍ଗତାରୁ ଶୂନ୍ୟତାରୁ

        ମୁକ୍ତି ପାଇଁ କିଛି ଦିନ ଛୁଟି କାଟିବା ପାଇଁ

ଘରଟିଏ ଖୋଜେ, କିଏ ଜାଣେ ?



Rate this content
Log in

Similar oriya poem from Inspirational