ଆନ୍ତର୍ଜାତିୟ ପିତୃ ଦିବସ
ଆନ୍ତର୍ଜାତିୟ ପିତୃ ଦିବସ
ଶୁଭ ଅବସର ପିତୃ ପୂଜନର
ସନ୍ତାନ ସନ୍ତତି ଗଣ ,
ଭକ୍ତି ଅର୍ଘ୍ୟ ଢାଳି ସମର୍ପଣ ପ୍ରୀତି
ପିତାହିଁ ପରମ ବ୍ରହ୍ମ ॥
ସରଗଠୁ ବଡ଼ ପିତୃ ଦେବ ଆମ
ଏକଥାଟି ଅଛି ଲେଖା ,
ପିତୃ ଆଶିର୍ବାଦ ଶୁଭ ପ୍ରଦାୟକ
ଜନ୍ମ ଜନ୍ମାନ୍ତର ସଖା ॥
ପିତୃ ଅବଦାନ ଅମୂଲ୍ୟ ରତନ
ସ୍ଵେଦ ବିନ୍ଦୁ କହେ କଥା ,
ସର୍ବ ସମର୍ପଣେ ପିତା ଅବିରତେ
ଦିଏନି କଷଣ ବ୍ୟଥା ॥
ଉଣେଇଶ ଦଶ ମସିହା ଅବଶ୍ୟ
ସ୍ମୃତିର ଅଭୁଲା ଦିନ ,
କହେ ଇତିହାସ ଜୁନ ମାସର
ତୃତୀୟ ରଵିକୁ ମାନ ॥
ଆମେରିକା ବାସୀ ପାଳନେ ସୁଖ୍ୟାତି
ପିତୃ ପୂଜନର ସ୍ମୃ୍ତି ,
ସୋନାରା ସ୍ମାର୍ଟ ପିତାଙ୍କ ସୁପୁତ୍ର
ବଖାଣିଲେ ଅନୁଭୂତି ॥
ଲାଳନ ପାଳନେ ପାଶ୍ଚାତ୍ୟ ଦେଶରେ
ପିତାଙ୍କ ଭୂମିକା ବେଶି ,
ସୋନାରା ସ୍ମାର୍ଟ ଏହି ସମ୍ମାନାର୍ଥେ
ଦିବସ ପାଳିଲେ ହସି ॥
ପିତା ମାତା ଦୁହେଁ ସଂସାର ବନ୍ଧନେ
ସମର୍ପିତ ବାରିଧାରା ,
ଶାବକ ହସିଲେ ପେଟ ପୁରିଯାଏ
ସରଗର ଚାନ୍ଦ ପରା ॥
ନଖାଇ ନପିଇ ଲହୁ ଲୁହ ଢାଳି
ଆହାର ଯୋଗାଡ କରେ ,
ସେଇ ଆମ ପିତା ସେଇ ଆମ ବାପା
ମନେରଖ ଭାବନାରେ ॥
ସନ୍ତାନ ସନ୍ତତି କରୁଛି ବିନତୀ
ପିତାଙ୍କୁ ସମ୍ମାନ କର ,
ବୃଦ୍ଧ କାଳେ ସ୍ନେହଁ ଢାଳ ନିରନ୍ତର
କରନାହିଁ ହତାଦର ॥
ପିତୃ ଦିବସକୁ ମନେ ରଖିବାକୁ
ସ୍ମୃ୍ତି ଚିତ୍ର ଆଙ୍କି ଦିଅ ,
ଜୁନ ମାସର ଏକୋଇଶ ରିଖ
ମହାର୍ଘ୍ଯ ସ୍ମୃତିର ଖିଅ ॥
