STORYMIRROR

Lokanath Rath

Tragedy Action Inspirational

4  

Lokanath Rath

Tragedy Action Inspirational

ବାରଙ୍ଗନାବି ଅଟେ ନାରୀ

ବାରଙ୍ଗନାବି ଅଟେ ନାରୀ

2 mins
505


ବଡ଼ ନିର୍ଲଜ୍ଜ ଏହି ସମାଜ ,ଏହାର କୁତ୍ସା ରଟନା

          ନାରୀକୁ ଅବଳା ଭାବି କରେ ଅତ୍ୟାଚାର ,

ଭୁଲିଯାଏ ତାହାର ସବୁ ସେବା ,ଯତ୍ନ ,ଆଦର ,ସତ୍କାର

          ପୁରୁଷଙ୍କୁ ଛାଡିଦିଏ ,କରେ ଅସମ୍ମାନ ନାରୀର |


ଯେବେ ସେହି ପୁରୁଷ ଯାଏ ସେହି ବାରଙ୍ଗନା ପାଶେ

          କରେ ନିଜ କାମ ଭାବନାକୁ ପରିପୂର୍ଣ ,

ରାତ୍ରିର ସେହି ଅନ୍ଧକାର ମଢେ ପାଏ ତାର ପ୍ରେମ

          ଉପଭୋଗ କରି ସେହି ନାରୀର ଯୌବନ |


ସେହି ରାତ୍ରିର ସାଥି ବୋଲି ଜାଣି ମଧ୍ୟ ବାରଙ୍ଗନା

          ଅସମ୍ପୂର୍ଣ୍ଣ ତାର ସେହି କାମ ବାସନାକୁ,

ପତ୍ନୀ ,ପ୍ରେମିକ ସାଜି ,ଟେକିଦିଏ ତାର ନଗ୍ନ ଶରୀରକୁ

          ସନ୍ତୁଷ୍ଟ କରେ ସେହି କାମାତୁର ମଣିଷକୁ |


କିନ୍ତୁ ,ସେହି ରାତ୍ରିର ମଣିଷ ଯେବେ ଦେଖେ ଦିବାଲୋକରେ

          ଘୃଣା କରେ କଳଙ୍କିନୀ କହି ସମାଜରେ ,

ରାତ୍ରିରେ ଯେଉଁ ପୁରୁଷ କରୁଥିଲା କେତେ ପ୍ରେମ ଭିକ୍ଷା

          ଦିନର ଆଲୋକେ ତାକୁ ଭର୍ସନା କରେ |


ଭୁଲିଯାଏ ସେହି ବାରଙ୍ଗନାବି ଅଟେ ନାରୀ ,ଅଛି ହୃଦୟ

          ଅଛି ତାର ଅନ୍ତରରେ ମମତାର ଭଣ୍ଡାର ,

ଆଜି ସିଏ କଳଙ୍କିନୀ ହୋଇଛି ନିଜ ପାଇଁ ନୁହେଁ

         ସମାଜରୁ ଅକାରଣେ ହୋଇଛି ସିଏ ବହିଷ୍କାର |


ଏବେବି ସିଏ ରାତ୍ରିରେ ନିଜ ଶରୀରକୁ ଅନ୍ୟକୁ ଟେକି

         ପ୍ରେମ ପାଗଳଙ୍କ ମନକୁ କରଇ ଶାନ୍ତ ,

ତାର ମମତାର ଛାଇରେ ,ସେହି ବାରଙ୍ଗନାବି ଅଟେ ନାରୀ

         ସମାଜର ଭର୍ଚ୍ଛନା ଅଟେ ଖାଲି ଭ୍ରାନ୍ତ |


ବାରଙ୍ଗନାବି ଅଟେ ନାରୀ ,ଦିଏ ପ୍ରେମ ,କାମସୂତ୍ରର ଶିକ୍ଷା

         କେତେ କେତେ ପୁରୁଷଙ୍କୁ କରିଛି ପୁରୁଷ ,

ତଥାପି ଏହି ସମାଜର ସଭ୍ୟ ଅଜ୍ଞାନୀ ,କଳଙ୍କିନୀ କହି

         ଭାବନ୍ତି ସତେ ସିଏ ନୁହଁଇ ମଣିଷ !


ବାରଙ୍ଗନାବି ଅଟେ ନାରୀ ,ନିଜ ପରିବାରର ରକ୍ଷା ଲାଗି

         ଯେବେ ଏହି ସମାଜ ଦେଲା ଅତ୍ୟାଚାର ,

ଚେଷ୍ଟାକଲା ,ନିଜ ନାରୀତ୍ୱର ଲଜ୍ଜ୍ୟା କରିବା ସିଏ ରକ୍ଷା

         କିନ୍ତୁ ତାକୁ ସେହିମାନେ କଲେ ବ୍ୟବହାର |


ପ୍ରଥମେ ପ୍ରତାଡ଼ିତ କରି କଲେ ଅନେକ ଥର ବଳାତ୍କାର

        ପୁଣି କଲେ ପରିବାର ଉପରେ ପ୍ରହାର ,

ସେହି ବାରଙ୍ଗନାବି ଅଟେ ନାରୀ ,ପରିବାର ରକ୍ଷା ପାଇଁ

        ରାତ୍ରିରେ ଶରୀରର କରୁଛି ସିଏ ବେପାର |


କିନ୍ତୁ ଏହି ସଭ୍ୟ ସଂସ୍କାରି ବୋଲାଉଥିବା ମଣିଷଙ୍କୁ ଦେଖ

        ରାତ୍ରିରେ ଯାଆନ୍ତି ତାର ପାଶେ ଭିକ୍ଷା କରି ,

ଫେରନ୍ତି ନିଜର କାମୁକ ବାସନାକୁ ସଭିଏଁ ପୁର୍ଣ କରି

        କଳଙ୍କିତ କିଏ ? ବାରଙ୍ଗନାବି ଅଟେ ନାରୀ |           


Rate this content
Log in

Similar oriya poem from Tragedy