ବାର ମାସେ ବାର ନାମ
ବାର ମାସେ ବାର ନାମ
ରୂପ ନ ଥାଇ ଅରୂପ
ପୁଣି ଦାରୁବ୍ରହ୍ମ ରୂପ
ସହସ୍ର ନାମେ ଭୂଷିତ
ଅମୃତ ମୟ ସ୍ବରୂପ
ନୀଳାଦ୍ରି ବିହାରୀ ନାମ ଝୁରି ଝୁରି
ସରି ଯାଉ ଏ ଜୀବନ ଅସରନ୍ତି ଗଳ୍ପ ।0।
ବୈଶାଖେ ଦର୍ଶନ ଦିଅ କୁବେରଙ୍କ ନାମେ
ଜେଷ୍ଠେ ତ୍ରିବିକ୍ରମ ନାମେ ଆଷାଢେ ବାମନେ
ଶ୍ରାବଣ ମାସରେ ପ୍ରଭୁ ଶ୍ରୀ ଧର ଶ୍ରୀ ରୂପ
ଭାଦ୍ରବରେ ହୃଷୀକେଶ ନାମେ ନାଶ ପାପ ।୧।
ଦାମୋଦର ନାମେ ତୁମେ ମହା କାର୍ତ୍ତିକରେ
କେଶବ ନାମ ବହିଛ ପୁଣି ମଗୁଶିରେ
ପୌଷେ ନାରାୟଣ ମାଘେ ମାଧବଙ୍କ ରୂପ
ଭିନ୍ନ ଭିନ୍ନ ନାମେ ଭକ୍ତେ ଜାଳନ୍ତି ପ୍ରଦୀପ ।୨।
