STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବାପୁ ସବୁରି

ବାପୁ ସବୁରି

1 min
349

   


ବାପୁ,ଜୀବନର ପ୍ରତ୍ୟେକ ଦିଗରେ ଅଟଳ

ସତ୍ୟ ଅହିଂସା ଥିଲା ତାଙ୍କ ଜୀବନ ସମ୍ବଳ

ସେ ଥିଲେ ଦେଶ ପ୍ରେମର ପ୍ରକୃତ ପୁଜାରୀ

ଜାତିର ଜନକ ମହାତ୍ମା ଗାନ୍ଧୀ,ପ୍ରିୟ ସବୁରି ll


ଦେଖିଥିଲେ ଦେଶବାସୀଙ୍କ ପ୍ରତି ଅତ୍ୟାଚାର

ଆଡେଇ ପଦ ମର୍ଯ୍ୟାଦା ହେଲେ ଆଗଭର

ନୀରବ ନ ରହି ଅତ୍ୟାଚାର ବିରୁଦ୍ଧରେ ସ୍ୱର

ସତ୍ୟାଗ୍ରହ ସଞ୍ଚାଳନ କରି ଅହିଂସା ରେ ସ୍ଥିର ll


ଶପଥ ନେଇ ବାପୁ,ପଛକୁ ଫେରି ନ ଚାହିଁଲେ

ବିଦେଶୀ ବର୍ଜନ ସହ ଖଦୀ ଲୁଣ ଆପଣାଇଲେ 

ନିଜ ଶପଥ ରେ ରହିଲେ ଅଟଳ ଅହିଂସା ସହିତ

ଏକତାର ମନ୍ତ୍ରରେ ଦେଶବାସୀଙ୍କୁ କଲେ ଆମନ୍ତ୍ରିତ ll


"ଜାଲିଆନା"ଘଟଣା ପରେ ବି ବିନା ଅସ୍ତ୍ରେ ବିରୋଧ

ଅସହଯୋଗ ମାଧ୍ୟମରେ କରିଥିଲେ ପ୍ରତିବାଦ

ଭାରତ ଛାଡ ସ୍ଲୋଗାନ ଦେଲେ ତୁହାଇ ତୁହାଇ

ଗୌରବ ରେ ଭାରତକୁ ସ୍ବାଧିନତା ଦେଲେ ତହିଁ ll


ସତ୍ୟର ପୁରୋହିତ ପୁଣି ଅହିଂସାର ପୁଜାରୀ

ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ,ବାପୁ ସବୁରି ll



Rate this content
Log in

Similar oriya poem from Abstract