ବାପା
ବାପା
ବାପା...
ଯାହାଙ୍କ ନାଆଁରେ ସନ୍ତାନ
ଦୁନିଆରେ ନିଜର
ପରିଚୟ ତିଆରି କରେ ...
ଯାହାଙ୍କ ଆଶିଷରେ
ଜଗତ ଜିଣିବାର ଦମ୍ ଥାଏ !
ମୋ ପିଠିରେ ପାଦ ରଖି
ତୁ ଆଗେଇ ଚାଲ୍
ସବୁ ପ୍ରତିବନ୍ଧକକୁ ସାମ୍ନା କର ...
ଏଭଳି ସାହସ ଦେଇଥାନ୍ତି -
କେବଳ ବାପା ...!
ବାପା ...
ଆକାଶ ପରି ବିସ୍ତାରିତ ବିଶ୍ବାସ
ଆଶ୍ଵାସନାର ଏକ ବିରାଟ ପାହାଡ଼
ଆଖିରେ ଆଖିଏ ଲୁହ ଥାଏ
କେବେ କିନ୍ତୁ କେ ଦେଖିନି
ସେ ଲୁହକୁ ...।
ସବୁ ବାଧା ଝଡ଼ ଝଞ୍ଜାର ନିରକୁ
ନିଜ ଭିତରେ ବରଫ କରି
ସଂସାର ନାଆକୁ ଆଗକୁ ଆଗକୁ ବାହି ନେଇଥାନ୍ତି -
ବାପା ...!
