STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

ବାପା

ବାପା

1 min
145

ନିଦ ଛୁଉଁଥାଏ ଆଖିପତା ଯେବେ

ଶେଯେ ଲୋଟିଥାଏ ତନୁ

କାହାର କାଉଁରୀ ହାତର ପରଶ

ଶାନ୍ତି ଘେନିଆଣେ ମନୁ


ଘରର ମୁରବି ଭରସାର ଛାତ

ବିଶ୍ବାସର ଆପଣାର

ତାଙ୍କରି ହାତରେ କୁନି କୁନି ପାଦ

ଥାପି ଛୁଆ ହୁଏ ବଡ


ଯେତେ ବାଧାବିଘ୍ନ ଘୋଟି ଆସିଥାଏ

ନିଜେ ଶିରେ ବୋହିଥାନ୍ତି

ବିପଦ ଆଗରୁ ସନ୍ତାନ ଆଗରେ

ଦମ୍ଭେ ଠିଆ ହୋଇଥାନ୍ତି


ହୃଦୟେ ତାଙ୍କରି ଅସରନ୍ତି ତ୍ୟାଗ

ଅନୁଶାସନରେ ଶକ୍ତ

"ଭଲ ମଣିଷ"ଟେ ଗଢିବା ପାଇଁକି

ସର୍ବଦା ସେ ଥାନ୍ତି ରତ


ସ୍ନେହର ସେ ଗଙ୍ଗା ମର୍ତ୍ତ୍ୟ ମରୁଭୂମେ

ସଂସାର ମଧ୍ୟରେ ଦିଅଁ

"ବାପା"ବୋଲି ଯେଉଁ ମଧୁର ଶବ୍ଦଟେ

କେଉଁଠି ମିଳିବ କୁହ


"ମାଆ "ସିନା ଜନ୍ମ ଦେଇଥାଏ ସତ

"ନାମ"ବାପା ଦେଇଥାନ୍ତି

"ବାପା"ଥିବା ପୁଅ ସଭାରେ ହାରେନି

ଲୋକଲୋଚନର ଉକ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract