ବାପା
ବାପା
ନିଦ ଛୁଉଁଥାଏ ଆଖିପତା ଯେବେ
ଶେଯେ ଲୋଟିଥାଏ ତନୁ
କାହାର କାଉଁରୀ ହାତର ପରଶ
ଶାନ୍ତି ଘେନିଆଣେ ମନୁ
ଘରର ମୁରବି ଭରସାର ଛାତ
ବିଶ୍ବାସର ଆପଣାର
ତାଙ୍କରି ହାତରେ କୁନି କୁନି ପାଦ
ଥାପି ଛୁଆ ହୁଏ ବଡ
ଯେତେ ବାଧାବିଘ୍ନ ଘୋଟି ଆସିଥାଏ
ନିଜେ ଶିରେ ବୋହିଥାନ୍ତି
ବିପଦ ଆଗରୁ ସନ୍ତାନ ଆଗରେ
ଦମ୍ଭେ ଠିଆ ହୋଇଥାନ୍ତି
ହୃଦୟେ ତାଙ୍କରି ଅସରନ୍ତି ତ୍ୟାଗ
ଅନୁଶାସନରେ ଶକ୍ତ
"ଭଲ ମଣିଷ"ଟେ ଗଢିବା ପାଇଁକି
ସର୍ବଦା ସେ ଥାନ୍ତି ରତ
ସ୍ନେହର ସେ ଗଙ୍ଗା ମର୍ତ୍ତ୍ୟ ମରୁଭୂମେ
ସଂସାର ମଧ୍ୟରେ ଦିଅଁ
"ବାପା"ବୋଲି ଯେଉଁ ମଧୁର ଶବ୍ଦଟେ
କେଉଁଠି ମିଳିବ କୁହ
"ମାଆ "ସିନା ଜନ୍ମ ଦେଇଥାଏ ସତ
"ନାମ"ବାପା ଦେଇଥାନ୍ତି
"ବାପା"ଥିବା ପୁଅ ସଭାରେ ହାରେନି
ଲୋକଲୋଚନର ଉକ୍ତି
