STORYMIRROR

MAMATA RANI SATAPATHY

Inspirational

4  

MAMATA RANI SATAPATHY

Inspirational

ବାପା

ବାପା

1 min
262

ଯେଉଁ ଡାକରେ ଥାଏ ଆତ୍ମୀୟତା,

ଯେଉଁ ଡାକରେ ମିଳେ ସାହସ ଓ ଶକ୍ତି,

ଯିଏ ପାଶେ ଥିଲେ ଡର ନ ଥାଏ କାହାକୁ,

ଯାହାଙ୍କ ଠାରୁ ଜୀବନ ଜୀଇଁବାର ମନ୍ତ୍ର ମିଳେ,

ସିଏ ସନ୍ତାନ ପାଇଁ ନୌକା ଓ ନାଉରୀ ସାଜେ,

ସେ ଆଉ କେହି ନୁହେଁ

"ବାପା",ଆମରି "ବାପା"।

ଯିଏ ସୁଖ,ଦୁଃଖରେ ସଦା ଆମ ପାଶେ ଥାଆନ୍ତି,

ଯେତେ କଷ୍ଟ ହେଲେ ମଧ୍ୟ କେବେ କିଛି 

ଅଭିଯୋଗ କରନ୍ତି ନାହିଁ ,ବରଂ

ପରିସ୍ଥିତିକୁ ବୁଝି ଆମକୁ ବୁଝାନ୍ତି,

ସେ ଆଉ କେହି ନୁହଁନ୍ତି 

"ବାପା", ହଁ ଆମ "ବାପା "।

ଅଭାବ ସତ୍ତ୍ବେ କେବେ ଆମକୁ ଅନୁଭବ କରିବାକୁ ଦେଇନାହାଁନ୍ତି,

ସବୁ ଅପମାନ,ଅବଶୋଶକୁ କପାଳରେ ତିଳକ କରି 

ପିନ୍ଧିଛନ୍ତି.....,

ସବୁ ଦୁଃଖ,ଅପମାନକୁ ନୀଳକଣ୍ଠ ପରି ନିଜେ ପିଇ

ଆମ ମେରୁଦଣ୍ଡ ସାଜିଛନ୍ତି ......, 

ଧୈର୍ଯ୍ୟ,ଆତ୍ମବିଶ୍ୱାସ,ଆଉ ଆଶ୍ୱାସନା ଦେଇ 

ନିଜ ଛାତିକୁ ପଥର କରି,

ନିଜେ ଜଳି ଜଳି ,ନିଜ ଝାଳ ,ରକ୍ତରେ 

ଆମ ଶରୀର ଗଢିଛନ୍ତି.......,

ସେ ଆଉ କେହି ନୁହଁନ୍ତି ,

ଆମ "ବାପା", ହଁ,ହଁ,ଆମ "ବାପା"।

ଯାହାକୁ ପୂଜିବାକୁ ମନ୍ତ୍ର,ତନ୍ତ୍ର ନାହିଁ ,

ଯାହାର ଅଭିଷେକ ପାଇଁ ପବିତ୍ର ଠାରୁ ପବିତ୍ର ଜଳ ବି କମ୍ ଗୁଣ ବିଶିଷ୍ଟ ହେବ,

ଆରେ ସେ ପରା ସ୍ନେହ,ମମତାର ପାରାବାର ....,

ତାଙ୍କ ସରି କିଏ ହେବ?

ପ୍ରତିଜ୍ଞା କରିଛନ୍ତି ସିଏ,

ଯେତେ ଝଡ,ଝଞ୍ଜା ଆସିଲେ ବି ପଛଘୁଞ୍ଚା ଦେବେ ନାହିଁ,

ସାଜିବେ ଆମ ପାଇଁ ବାଡ,ବତା......,

ଜୀବନକୁ ଦେବେ ଜାଳି,

  କିନ୍ତୁ ଦେବେନି ଆମକୁ ଠେଲି,

ଯିଏ ଆମ ପାଇଁ ଶ୍ରମ ସ୍ୱୀକାର କରିଛନ୍ତି କିନ୍ତୁ

 ମୂଲ୍ୟ ପାଇବାର ଇଚ୍ଛା କେବେ କରିନାହାନ୍ତି,

ସେ ଆଉ କେହି ନୁହଁନ୍ତି ,

ଆମ "ବାପା", ହଁ,ହଁ,ଆମ "ବାପା"।

ତୁମରି ଆଶିଷ ସଦା ଆମ ମୁଣ୍ଡେ ଥାଉ,

ଆଉ କିଛି ଲୋଡାନାହିଁ,ହଁ ଆଉ କିଛି ଲୋଡାନାହିଁ।

ତୁମେ ଆମ ପାଇଁ ଚଳନ୍ତି ଇଶ୍ୱର,

ହଁ ,ଆମ ପାଇଁ ଜୀବନ୍ତ ଠାକୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational