STORYMIRROR

Prahallad Sahoo

Abstract Drama Action

3  

Prahallad Sahoo

Abstract Drama Action

ବାପା

ବାପା

1 min
201

ମୁଁ ଜଣେ ବାପା,

ଏ ପଟା ପଟା ଦାଗ ମୋ ପାଇଁ ନୁହେଁ ତ

ଆଉ କାହା ପାଇଁ?!?

ବାପା ହେବାର ସୌଭାଗ୍ଯ ସେଦିନ ମିଳି ନଥିଲା

ମୁଁ ଭୁଲ ବୁଝିଥିଲି ସେଦିନ,

କେବଳ କୂଳକୁ ସନ୍ତାନ ଆସିଗଲେ

ବାପାର ସୌଭାଗ୍ଯ ମିଳେନାହିଁ।

ଜୀବନର ପ୍ରତିଟି ମୂହୁର୍ତ୍ତରେ

ତା ସହିତ ବଞ୍ଚିବାର ନିଃସ୍ବାର୍ଥପରତା ଏବଂ

ଦୁନିଆର ନୂଆ ଆଲୋକ ଦେଖାଇବାର ସତ୍ଯତା

ବୋଧହୁଏ ମୁଁ ତା ପାଖରୁ ଶିଖିଛି।

ମୁଁ ବା କିଏ ଶିଖାଇବାକୁ?

କେବଳ ସେହି ପରମେଶ୍ବରଙ୍କ ନିର୍ଦ୍ଦେଶକୁ ମାନି

ଅନ୍ୟକୁ ରୂପାନ୍ତରିତ କରିଛି।

କ୍ଷଣେ, ଅନୁକ୍ଷଣେ, ପ୍ରତିକ୍ଷଣେ ଦାଗ ସବୁ

ନିଜର ସ୍ଥିତି ଓ ସ୍ଥାନ ନିରୂପଣ କରିଛନ୍ତି

ମେଞ୍ଚା ମେଞ୍ଚା ଦାଗ ତ ପୁଣି

ପଟା ପଟା ଦାଗ ।

କେବଳ ବଞ୍ଚି ବଞ୍ଚେଇବାର ଅନାବିଳ ସମ୍ମୋହନ

ସେ ଅଭୁଲା ଦାଗ,

ସେ ଅବୁଝା ଦାଗ,

ସେ ଅଦେଖା ଦାଗ,

ନା ସେ ଦାଗ ପିଠିରେ,

ନା ସେ ଦାଗ ପେଟରେ,

ନା ସେ ଦାଗ ମୁକ୍ତ ଅବୟବରେ।

ସେ ଦାଗ, ମନ ତଳର ଗହନ ବନରେ,

ସେ ଦାଗ, ହୃଦୟର ନିବୃତ ସ୍ପନ୍ଦନରେ,

ସେ ଦାଗ, ଆତ୍ମିକ ଦୋଳାୟିତ ଭାବନାର,

ସେ ଦାଗ, ଏକାନ୍ତ ନିଜସ୍ବ ବଳିଦାନର।

କିଛି ସ୍ମୃତି ଆଉ କିଛି ଅନୁଭୂତିର ଦାଗ

ବହୁତ ସୁନ୍ଦର ଲାଗେ,

କିଛି ବିଗତ ଆଉ କିଛି ସମ୍ଭାବ୍ଯର ଦାଗ

ପ୍ରାପ୍ତି ଏବଂ ଅପ୍ରାପ୍ତିର ମୋହରେ ବିବ୍ରତ କରେ।

ତଥାପି ସବୁକୁ ପଛକରି ମୁଁ ଆଗେଇଯାଏ

ସେ ପଟା ପଟା ହେଉ କି ମେଞ୍ଚା ମେଞ୍ଚା ହେଉ

ସେ ଦାଗକୁ ଆପଣେଇ ନିଏ

କେବଳ ଅନାବିଳ ପିତୃତ୍ୱର ପରାକାଷ୍ଠାରେ

କାରଣ, ମୁଁ ଜଣେ ବାପା  !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract