STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

3  

ସୌମ୍ଯ ରଞ୍ଜନ ମହାପାତ୍ର

Inspirational

ବାପା ମୋହର

ବାପା ମୋହର

1 min
410

ପାଷାଣଠୁ କଠୋର ଦରିଆଠୁ ଉଦାର,

ଏ ସାରା ଜଗତରେ ସାର ବାପା ମୋହର।

ନିଜେ ଖଟି ସିଏ ପୁଣି ଆମକୁ ଖୁଆନ୍ତି,

ଭୋକେ ଶୋଷେ ରହି ସେ ମୁଖେ ହସ ଫୁଟାନ୍ତି।।

ସହୁଥାନ୍ତି ପଛେ ନିତି କେତେ ଝଞ୍ଜା ଝଡ଼,

ରହୁଥାନ୍ତି ସେ ଯେ ନିଜେ ହୋଇକି ପାହାଡ଼।

ସନ୍ତାନ ସୁଖେ ସେ ଭୁଲନ୍ତି ନିଜର ଦୁଃଖ,

ଚାହାନ୍ତି ମଙ୍ଗଳ ପୁଣି ସେ ଜୀବନ ଯାକ।।

ଆମ ତୁଣ୍ଡେ ଦେବାପାଇଁ ମୁଠିଏ ଆହାର,

ପିଉଥାନ୍ତି ହସି ହସି କଷଣ ଜହର।

ଆକାଶଠୁ ଓସାର ହୃଦୟ ଯେ ଯାହାର,

ସରି କେ ହେବ ତାଙ୍କ ଆଗେ ସାରା ସଂସାର।।

"ବା" ଅକ୍ଷରୁ ବାୟୁ ଆଉ "ପା" ଅକ୍ଷରୁ ପାଣି,

ଏହାକୁ ଛାଡ଼ି ରହି ନ ପାରେ କେଉଁ ପ୍ରାଣୀ।

ଏ ଦୁନିଆରେ ବାପା ପରା ସରଗ ସମ,

ତାଙ୍କ ବିନା ଜୀବନଟା ଲାଗଇ ବିଷମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational