ବାଙ୍ଗେରି ସ୍ତ୍ରୀ ମୋର
ବାଙ୍ଗେରି ସ୍ତ୍ରୀ ମୋର
"ବାଙ୍ଗେରି ସ୍ତ୍ରୀ ମୋର "
ସେ ହାଇ ହିଲ୍ ପିନ୍ଧିଲେ ବି ସମାନ ହୁଏନି ମୋ ହାଇଟିର ।
ବେଳେବେଳେ ଗୋଇଠିକୁ ଟେକି, ପାଦ ଅଙ୍ଗୁଳିରେ ଠିଆ ହୋଇ ମିଶାଏ ମୋ କାନ୍ଧକୁ -କାନ୍ଧ ତାର।
ସ୍ମିତ ହସି ଦେଇ କହେ ପୁଣି ମୋତେ ,
ମିଶିଲା ଦେଖ ଏଥର।
କାନରେ କିଛି କହିବାକୁ ଥିଲେ ଟାଣି
ଦିଏ ବେକ ମୋର ।
ଭାବେ ଲାଗିବ କି ଆଜି ତାର ପର।
ଓଠେ ଦେଖି ତାର ଲାଜୁଆ ହସକୁ ,
ମୁଁ ବି ହସେ ବାରବାର।
ରୋଷେଇ ଘର ର ଥାକ ରୁ ଚିନି ଡବା ଉଠାଇ ଆଣେ ସେ କଳେବଳେ।
ଭାରି ବଢିଆ ଲାଗଇ ସେ ଦୃଶ୍ୟ ଦେଖିବା ବେଳେ।
ଝାଡୁ କରିବାକୁ ଭାରି ମଜା ତାର ,
ପଶି ଯାଏ ଖଟ ତଳେ।
ଛନ୍ଦି ଦିଏ ଯେବେ ବାହୁ ବନ୍ଧନରେ ଭଲ ଲାଗେ ଅନୁଭୂତି।
ତାର ଦୁଇ ହାତ ମୋ ଅଣ୍ଟାକୁ ଛୁଇଁଲେ ଭରଇ ଦେହରେ ତାତି।
ତାର ମଥା ଛୁଇଁ ଯାଏ ଛାତିକୁ ମୋର ,
ସେ ଶୁଣିପାରେ ମୋ ହୃଦ ଗତି।
ଲାଗେ କୁନି ଝିଅଟେ କି ଅତି।
ମୋ ପାଦରେ ଠିଆ ହୋଇ ଆଙ୍କି ଦିଏ ଯେବେ ଗାଲରେ ଦୁଇଟି ଚୁମ୍ବନ,
ମନ ହୁଏ ଭାରି ଉଚ୍ଛନ।
ଗେଲ କରି ଦିଏ ମଥା ମୁଁ ତାର ,
କହେ ... ମୋର ଗେଲ ତାକୁ ଲାଗେ ଚନ୍ଦନ ଚନ୍ଦନ।
ତାକୁ ଭୂଇଁରୁ ଉଠାଇ ଟେକିକି ଧରିଲେ ହୁଏନି ବେଶି ବଳ ଖରଚ।
ରାଗ ତାର ନାଲି ଲଙ୍କା ମରିଚ।
ତାକୁ ମନାଇଲେ ମାନିଯାଏ ଜଲିଦି,
ଫୁଟିଗଲା ଦେଖ କାଇଁଚ।
କମ୍ ଖର୍ଚ୍ଚ କରେ ...!!!
ସାବୁନ ,କ୍ରିମ୍, ନେଲ ପଲିସି,ଲିପିଷ୍ଟିକ ଆଉ ତେଲ।
ସେଥିପାଇଁ ସଞ୍ଚୟ ମୋର ବଢି ଯାଇଛି କଥା ଏ ଅସଲ।
ମୋତେ କେବେ କେହି ପଚାରି ବି ଦିଏ ।
ବାଙ୍ଗେରି ଝିଅକୁ କାହଁ ବାହା ହେଲ ??
ମୁଁ କହେ ଝାମେଲା ଯେତେ ଛୋଟ
ସେତେ ଭଲ।
✍ବଳରାମ
