STORYMIRROR

Birakishore Nayak

Abstract Others Children

2.9  

Birakishore Nayak

Abstract Others Children

ବାଲ୍ମୀକି ରାମାୟଣ

ବାଲ୍ମୀକି ରାମାୟଣ

1 min
353



କୋଟି କୋଟି ପ୍ରାଣ ହୋଇଥାଏ ତୃପ୍ତ 

     ରାମାୟଣ ସୁଧା ପିଇ,

ଚିର ନିର୍ଝରିଣୀ ପବିତ୍ର ତା ଧାରା

     ସାରା ପାପ ଦିଏ ଧୋଇ |

ଦସ୍ୟୁ ରତ୍ନାକର ତପସ୍ୟା ବଳରେ

     ମହର୍ଷି ବାଲ୍ମୀକି ହେଲେ,

ପ୍ରଭୁ ରାମଙ୍କର ଅମର କାହାଣୀ

     ରାମାୟଣେ ରଚିଗଲେ |

ସଂସ୍କୃତ ଭାଷାରେ ସାରା ଭାରତରେ

      ଦ୍ଵିତୀୟ ବୃହତ ଗ୍ରନ୍ଥ,

ତ୍ରେତୟା ଯୁଗର ଇତିହାସ ସିଏ

      କାବ୍ୟ ଧlରାରେ ରଚିତ |

ରାମାୟଣ ଗ୍ରନ୍ଥ ରଚିତ ହୋଇଛି

      ସାତ ଖଣ୍ଡେ କାଣ୍ଡ ସାତ,

ବାଳ, ଅଯୋଧ୍ୟା ଓ ଅରଣ୍ୟ, କିସ୍କିନ୍ଧ୍ୟା,

      ସୁନ୍ଦର, ଉତ୍ତର, ଯୁଦ୍ଧ |

ତତ୍କାଳୀନ ଧର୍ମ, ସମାଜର ଚିତ୍ର

      ରାଜା, ପ୍ରଜା, ରାଜନୀତି,

ପରିବେଶ ସହ କୁଟ ରାଜନୀତି

      ସେଥିରେ ବର୍ଣ୍ଣିତ ଅଛି |

ଘନ ଅରଣ୍ୟରେ ଋଷିଙ୍କ ତପସ୍ୟା,

      ମହାଯଜ୍ଞ ଆୟୋଜନ,

ଅସୁର ମାନଙ୍କ ଉତ୍ପୀଡ଼ନ ଗାଥା

      ହୋଇଛି ସବୁ ବର୍ଣ୍ଣନ |

ଅଯୋଧ୍ୟା, କିସ୍କିନ୍ଧ୍ୟା, ଲଙ୍କାରାଜ୍ୟ କଥା

       

ଭାରତର ବହୁ ସ୍ଥାନ,

ମାଲ୍ୟବନ୍ତଗିରି, ପଞ୍ଚବଟୀ ପରି

       ନାମେ ଥିଲା ଯେ ଅରଣ୍ୟ |

ରାଜା ଦଶରଥ, କୌଶଲ୍ୟା, କୈକେୟୀ

      ସୁମିତ୍ରା, ମନ୍ଥରା ଆଦି,

ରାମ, ଲକ୍ଷ୍ମଣ ଓ ଶତ୍ରୁଘ୍ନ, ଭରତ

       ଜନକ ଯେ ସୀତା ସତୀ |

ବଳି, ବାଳୀ ସହ ଅନେକ ବାନର

      ବିଭୀଷଣ ଓ ରାବଣ,

ବହୁ ଚରିତ୍ରର ବର୍ଣ୍ଣନା ହୋଇଛି

      ଘଟଣାର ବହମାନ |

ପିତୃ ସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର

      ହୋଇଥିଲେ ବନବାସୀ,

ସାଥେ ଯାଇଥିଲେ ଲକ୍ଷ୍ମଣ ଓ ସୀତା

      ସମ୍ପର୍କକୁ କରି ସାଥି |

ଲଙ୍କାର ରାବଣ ସୀତା ଚୋରି କଲା

      ସେଥିପାଇଁ ହେଲା ଯୁଦ୍ଧ,

ବୀର ହନୁମାନ, ଶ୍ରୀରାମ, ଲକ୍ଷ୍ମଣ

      ରାବଣେ କରିଲେ ବଦ୍ଧ |

ରାମ ବନବାସ କାହାଣୀ ତ ମୂଖ୍ୟ

     ସୀତାଙ୍କ ଅଗ୍ନି ପରୀକ୍ଷା,

ଅନ୍ୟାୟ ରହିତ ରାମରାଜ୍ୟ କଥା

     ଅଟେ ରାମାୟଣ ଗାଥା |

ଚବିଶି ହଜାର ଶ୍ଳୋକରେ ସମ୍ପୂର୍ଣ୍ଣ

     ହୋଇଅଛି ରାମାୟଣ,

ଅମର ସାହିତ୍ୟ ଚିର ସୁରଭିତ

     ଭାରତର ଆଭୂଷଣ |


Rate this content
Log in

Similar oriya poem from Abstract