ବାକି ରହିଯାଏ କିଛି ତଥାପି
ବାକି ରହିଯାଏ କିଛି ତଥାପି
ମାତୃଗର୍ଭରୁ ଆରମ୍ଭ ହୁଏ ଜୀବନ
ଶେଷ ହୁଏ ଶ୍ମଶାନରେ
ପ୍ରତିଦିନ ବ୍ୟକ୍ତି କିଛି ନା କିଛି ସେ
ଅଗ୍ରଗତି ପରା କରେ ।
ସବୁ ମଣିଷଙ୍କର ମନ ଓ ଭାବନା
ସମାନ କିନ୍ତୁ ନଥାଏ
ପ୍ରତ୍ୟେକ ନିଜର ଭାବନାକୁ ନେଇ
ଆଗକୁ ସେ ବଢ଼ିଥାଏ।
ଚାତକ ପକ୍ଷୀକୁ ବର୍ଷାକୁ ଅନେଇ
ଯେପରି ସେ ଚାହିଁ ରହେ
ସେହିପରି ବହୁ ଆଶା ଓ ଆକାକ୍ଷାଂକୁ
ନେଇ ବ୍ୟକ୍ତି ବଞ୍ଚିଥାଏ ।
ଗୋଟେ ଆଶା ପରା ପୂରିବା ପୂର୍ବରୁ
ମନେ ଆସେ ନୂଆ ଆଶା
ବେଳେ ବେଳେ ଆମ ଆଶାର ଆଗରେ
ଆସେ ନାନା ଅସୁବିଧା।
ଅକସ୍ମାତ୍ କେତେକଙ୍କ ଆଶାହୁଏ
ସଫଳ ତ କେବେ ବିଫଳ
ବିଫଳ ହେଲେ ପ୍ରତି ମନେ ଆସିଯାଏ
ଦୁଃଖ,ବହେ ଅଶ୍ରୁଜଳ ।
ସବୁକଥା ଅନ୍ୟ ଆଗେ କହି ନ ପାରି
ମନ ମଧ୍ୟେ ଘାଣ୍ଟିହୁଏ
ହୃଦୟ ଓ ମନକୁ ତଥା ଶରୀରକୁ
ପୀଡ଼ା ଦେଇ କଷ୍ଟପାଏ ।
ବାଲିର ସୌଧକୁ ସାଗରର ଢେଉ
ଆସି ଧୋଇନେଲା ପରି
ଭାବେ ଏତେ ପରିଶ୍ରମ ତା'ର ସତେ
ଗଲା କ'ଣ ବୃଥା ହୋଇ ।
ତଥାପି ମଣିଷ ଚଞ୍ଚଳ ମନକୁ
ବୁଝେଇ ତ ବଞ୍ଚିଥାଏ
ଭାବେ ଭଗବାନ ଯାହା କରନ୍ତି
ତା'ର ମଙ୍ଗଳ ହିଁ ହୁଏ ।
ସିମୀତରେ ସଦା ଖୁସି ହୋଇ ଆମେ
କର୍ମରେ ଲାଗି ରହିବା
ହେଉଛିରେ ଭଲ ହେବ ଭଲ ଭାବି
ଜିଇଁବା, ଆଗକୁ ଯିବା ।
