Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Tragedy

4  

Chittaranjan Nanda

Tragedy

ବାକି ରହିଗଲା ଅଧା ଗଢ଼ା ଘର

ବାକି ରହିଗଲା ଅଧା ଗଢ଼ା ଘର

1 min
429



ଭଙ୍ଗା ଘରେ ଆସି ଗୁନ୍ଥି ରଖିଛି

ମୋର ଫୁଲର ହାର

ସପନେ ରହିଲା, ବାକି ରହିଗଲା  

ମୋ ଅଧା ଗଢ଼ା ଘର ।


ଦୀପାଳି ପ୍ରିୟା ପାଇଁ ଥିଲି ତ ଜାଳି

ନିଜ ପାଇଁ ଜାଳି ଜୁଈ

ମୋ ଭଲ ପାଇବା ବାକି ରହିଗଲା 

ତୁମର ଅନ୍ୟ ରାସ୍ତା ବାଛି ନେଇ ।


ନେଲ ସିନା ଅନ୍ୟ ପଥ, ମୋ ମନ 

କଥା ହୋଇଛି ସାଇତା

ବାକି ରହିଗଲା ଯାହା ଦେଇଥିଲ, 

ତାହା ହେଲା କି ଅଡ଼ୁଆ ସୂତା ।


ଭାବିଥିଲି ହୃଦୟେ ମୋର ସଦା ରହିବ 

ଯିବନି ମୋତେ ଦୂରେଇ

ବାକି ରହିଗଲା ସେହି କାହାଣୀ, ରହିଛି

ଦୁଃଖ, ତଥାପି ତୁମକୁ ପ୍ରେମ କରଇ ।


ବାକି ରହିଛି ଦେଖିବାକୁ ତୁମ ଖେଳ ନୂଆ

ସଂସାର ହାଟର 

ରୁହ ଆନନ୍ଦରେ ଅନେଇ ରହିଛି ଦେଖିବାକୁ 

ହସ ହସ ମୁଖ ତୁମର ।


ଦବି ଯାଇଛି ମୋର ନିଖିଳ ପରାଣ ବେଦନା

ଲହରି ମାଳେ

ଧ୍ବନି ଉଠୁଅଛି ଅତୀତର ସେ ଇତିହାସ ହୃଦୟକୁ 

ଭେଦି ମୋ ମନର ତଳେ   ।


Rate this content
Log in

Similar oriya poem from Tragedy