STORYMIRROR

Kishore Nayak

Tragedy

4  

Kishore Nayak

Tragedy

ଜୀବନର ଚଲାପଥେ

ଜୀବନର ଚଲାପଥେ

1 min
183

ଜୀବନ କେବେ ଯାତନା ହୋଇ 

ସମୟ ସ୍ରୋତେ ଯାଏରେ ବହି 

ଦୁଃଖର ନଦୀ ତୀରେ 

ସ୍ବପ୍ନ ତ ସବୁ ଯାଏରେ ଜଳି 

ମିଛ ଭାବନା କଥାରେ ଭଳି 

ଆଶାର ଜଉ ଘରେ ll

ଭାବନା ଯେତେ ଜୀବନ ପଥେ 

ମିଳେଇ ଯାଏ ସମୟ ସ୍ରୋତେ 

ଶୁଖିଲା ମାଟି ପରି 

ସଂଘର୍ଷ ଭରା ଏଇ ଜୀବନ 

ଚାଲିବା ଏଠି ଭାରି କଠିନ 

ନିଜକୁ ନିଜେ ଧରି ll

ଜୀବନ ଦୀପେ ଆଶା ସଳିତା 

ଜଳି ଜଳି ସେ ହରାଏ ସତ୍ତା 

ପାଉଁଶ ପ୍ରାୟ ହୋଇ 

ଭାଗ୍ୟ ବି ଏଠି ଭଗାରି ହୁଏ 

ନିଜର ଭାଗ୍ୟ ନିଜର ନୁହେଁ 

ବେଳ କାଳକୁ ନେଇ ll

ଦିବସ ଅନ୍ତେ ଆସଇ ରାତି 

କର୍ମ ତ ଏଠି ଜୀବନ ସାଥୀ 

ସେଇତ ଏକା ମୂଳ 

କର୍ମ ଯେପରି ଫଳ ସେପରି 

କର୍ମରେ ଗୁନ୍ଥା ଜୀବନ ଡୋରି 

କର୍ମକୁ ନେଇ ଫଳ ll

ଏହାହିଁ ସତ୍ୟ ନୁହେଁ ଅସତ୍ୟ 

ଚାଲିଛି ଏଠି ଜୀବନ ନିତ୍ୟ 

କର୍ମକୁ ଧରି ସାଥେ 

ବିଶ୍ୱାସ କେବେ ରାକ୍ଷସ ହୋଇ 

ସବୁ ଖୁସିକୁ ଲୁଟି ନିଅଇ 

ଜୀବନ ଚଲାପଥେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy