STORYMIRROR

Anil kumar Pradhan

Tragedy

4  

Anil kumar Pradhan

Tragedy

"ଦୁଃଖ ଦରିଆ "

"ଦୁଃଖ ଦରିଆ "

1 min
284


ନିଜସୁଖ ପାଇଁ ଅନ୍ୟକୁ ମାରଇ 

ମଣିଷ ଜନମ ପାଇ 

ବୁଧିଆ ଜାତିଟା ହୋଇ କଣ ଲାଭ ?

ନିର୍ଭର ସଦା କରଇ ll 

ଚିନ୍ତାଶକ୍ତି ତାର ସବଳ ସକଳ 

ସମସ୍ତ ଜୀବ ମଧ୍ୟରେ 

ତଥାପି ମାନବ ନିର୍ଭର କରେ 

ନିର୍ଜୀବ ଧରା ସୃଷ୍ଟିରେ ll 

ସବୁ ଜାଣିଶୁଣି ବିନାଶ କରଇ 

ନିର୍ଜୀବର ମୂଲ୍ୟ ଭୁଲି 

ଜୀବନକୁ ସଦା ଦୁଃଖ ଦରିଆରେ

ଜାଣି ଜାଣି ଦିଏ ଠେଲି ll 

ଜୀବପାଇଁ ସଦା ନିର୍ଜୀବବି ଲୋଡ଼ା 

ଏହା ସୃଷ୍ଟିର ଲୟ 

ବୁଝି ବିଚାରିଣ କାମକଲେ ସଦା 

ଅଗକୁ ନଥିବ ଭୟ ll 

ସଜୀବ ନିର୍ଜୀବ ପାଇଁ ସୃଷ୍ଟିସିନା 

ହସୁଥାଏ ରାତିଦିନ 

ଏକନାଶ ଗଲେ ଆରକେ ନଥିବ 

ସୃଷ୍ଟି ହୋଇଯିବ ଚୂର୍ଣ୍ଣ ll 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy