ସମୟ(ଶୂନ୍ୟ) ନଦୀ ତୀରେ
ସମୟ(ଶୂନ୍ୟ) ନଦୀ ତୀରେ
କେହି ନୁହେଁ ଏଠି ବିଶ୍ବାସର ବନ୍ଧୁ
କାହା ଲାଗି କେହି ନାହିଁ ଦୁନିଆରେ
ସର୍ବେ ଶୂନ୍ୟତାର ନିବିଡ଼ ନିରାଶର
ପଥଭ୍ରାନ୍ତ ପଥିକ ମାତ୍ର....।।
ସମୟକୁ ନେଇ ସମ୍ପର୍କ
ସମ୍ପର୍କର ରୁଜୁରେ ବନ୍ଧା ଏ ଜୀବନର
ସବୁକିଛି ସୁଖ ଦୁଃଖ ଆଉ କିଛି ପ୍ରତାରଣା
ପ୍ରତିଶ୍ରୁତି ବିଶ୍ବାସର ନଦୀ କୂଳେ ଉବୁଟୁବୁ
କେବେ ଭାସେ କେବେ ବୁଡେ
ଗଢିଉଠେ ସମ୍ପର୍କରେ ଚିରସ୍ରୋତା କାହାଣୀ ।।
ସମୟ ବି କଳହ କରେ ପଥଭ୍ରାନ୍ତ ପଥିକ ସାଥେ
କିଏ ଜାଣେ କେଉଁ ଅଜଣା ଅଶୁଣା ପରିରାଇଜର
ବୁଢୀ ଅସୁରୁଣୀର କାହାଣୀ ଶୁଣାଇବା ପାଇଁ
କି ସନ୍ଦେହ ଠାରୁ ଦୁରେଇ ଦେବା ପାଇଁ....।।
ନିରାଶର ଘନ କୁହେଳିକାରେ ହଜିଛି ଏ ଦୁନିଆର
ସୁଲଭ ସକାଳ.....
ସେ କ'ଣ ଜାଣି ନାହିଁ କୁହେଳିକାର ପରଦା ପଛପଟେ
ନୂତନ ସୂର୍ଯ୍ୟର ପ୍ରତିଛବି ପ୍ରତିଫଳିତ
ହେବ ନିଶ୍ଚିତ......।।
ସୂର୍ଯ୍ୟ ବି ବୁଝେନା କେବେ ଘନ କୁହେଳିକାର ଅର୍ଥ
ସୂର୍ଯ୍ୟ ସାଥେ କୁହୁଡିର ସାକ୍ଷାତ ନିମିଷେ ମାତ୍ର
ଏତେ ବଡ଼ ଅନ୍ଧକାର ଦୁନିଆକୁ ସୂର୍ଯ୍ୟ ତ କେବେ ଡରେ ନାହିଁ
ଦୁନିଆ ଯଦି ଡରେ ଅନ୍ଧକାରେ
ସମୟର ଜୀବନ ନଦୀ ସ୍ରୋତରେ
କେବେ ହୋଇପାରିବ ସେ ପାରି.....??

