Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Tragedy

4  

Kishore Nayak

Tragedy

"ପାଣିଫୋଟକାର ଏଇ ଜୀବନ "

"ପାଣିଫୋଟକାର ଏଇ ଜୀବନ "

1 min
198


ପାଣିଫୋଟକାର ଏଇ ଜୀବନ 

ଧାରାଶ୍ରାବଣର ପଥ ପ୍ରାନ୍ତ ଗଡାଣିରେ 

ସୃଷ୍ଟି ହେଉଥିବା ଅସଂଖ୍ୟ ପାଣିଫୋଟକାର

ଅପ୍ରତ୍ୟାଶିତ ବିଲୀନତା ପରି 

ଏ ଜୀବନ

ସମୟର ନିର୍ଘଣ୍ଟରେ କେତେବେଳେ ମିଳେଇ ଯିବ ଜଣାନାହିଁ 

ଆଶା, ଅଭିଳାଷ ଆଉ ସ୍ୱପ୍ନର ବାସ୍ତବତାକୁ ସାର୍ଥକ କରି ତୋଳିବାର 

ପ୍ରତିଟି କର୍ମ ବ୍ୟସ୍ତତା ଭିତରେ 

ଏ ଜୀବନ ତଥାପି ଚାଲିଛି 

ବର୍ତ୍ତମାନର ପ୍ରତିଟି ମୁହୂର୍ତ୍ତକୁ ସାମ୍ନା କରି l

ସ୍ମୃତିର ମାନସପଟରେ 

ସବୁକିଛିକୁ ଛାଡିଦେଇ 

ସମୟର ଡ଼ାକରାରେ ଅତୀତ ତା'ର ଚାଲିଯାଏ 

କେଉଁ ଏକ ଅଫେରା ବାଟର ବାଟୋଇଟିଏ ହୋଇ 

ଆଉ ଭବିଷ୍ୟତର କଥା କିଏ ବା ଜାଣିଛି 

ସେ ତ ଅଦୃଷ୍ଟ ଅସ୍ପଷ୍ଟ 

ଅନ୍ଧକାରର ଏକ ନିଷିଦ୍ଧ ଇଲାକା 

ତେଣୁ ବର୍ତ୍ତମାନ ହିଁ ମୂକ ସାକ୍ଷୀ

ଆଉ ଆଗାମୀର ପ୍ରତିବିମ୍ବ l

ଜୀବନ ରଣାଙ୍ଗନରେ 

କ୍ଷଣଭଙ୍ଗୁରତାର ଅସ୍ଥିରତାକୁ ସ୍ଥିରୀକୃତ କରୁ କରୁ 

ଏ ଜୀବନ ବେଳେବେଳେ ଥକିପଡେ

ଅଳ୍ପ ଦିନର ଗଳ୍ପ ଭିତରେ 

କେତେବେଳେ ସଫଳତାର କାହାଣୀଟିଏ ରଚନା କରିଦେଇ ଯାଏ ତ 

ପୁଣି କେତେବେଳେ ବିଫଳତାର ପ୍ରଚଣ୍ତ ପଦାଘାତରେ 

ନିଜର ଅସ୍ତିତ୍ୱକୁ ହରେଇ ବସେ l

ଜୟ ପରାଜୟର ଦ୍ଵନ୍ଦ୍ୱ ଭିତରେ 

ନିଜ ଅସ୍ତିତ୍ୱର ଉପସ୍ଥିତିକୁ ପ୍ରତିପାଦିତ କରୁ କରୁ 

ଏ ଜୀବନ ବେଳେବେଳେ ନିରବିଯାଏ 

ବାକ୍ ଶୂନ୍ୟତାର ଅସହାୟତା ଭିତରେ 

ସତେ ଯେମିତି ପ୍ରତ୍ୟୟମାନ ହୁଏ 

କାଳର କାଳନେମୀ ପାଖରେ 

ଏ ଜୀବନ କେତେ ଅସହାୟ ସତେ l



Rate this content
Log in