Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Tragedy

4  

Kishore Nayak

Tragedy

ଏ ଜୀବନ ଦିପଦ ଗୀତ

ଏ ଜୀବନ ଦିପଦ ଗୀତ

1 min
184



ଏ ଜୀବନ ଦିପଦ ଗୀତ 

କେବେ ସୁଖର ସାଥି ତ 

ପୁଣି କେବେ ଦୁଃଖର ମିତ 

ଝଡ଼ ଝଞ୍ଜାର ଚୌହଦୀ ଭିତରେ 

ମାଡି ମକଚି ହୋଇ 

ଏଠି ଚାଲିବାକୁ ହୁଏ ଏଇ ସଂସାର ପଥ l

ସଞ୍ଜ ଆସେ ଅବେଳରେ 

ଚାହୁଁ ଚାହୁଁ ଦିନ ସରେ 

ରାତି ଅଳପକୁ ଏଠି ସ୍ବପ୍ନ ବହୁତ l

ଆଶା ଏଠି ଅସୁମାରୀ 

ଯାଏ ସବୁ ମରି ମରି 

ଚାହୁଁ ଚାହୁଁ ମାଡିଆସେ ସମୟର ଝଡ଼ 

ସ୍ବପ୍ନ ସବୁ ବାଟ ଭୁଲି 

ଯେ ଯାହା ବାଟେ ଯାନ୍ତି ଚାଲି 

ଭାଙ୍ଗି ଯାଏ ଜୀବନର ଭରସାର ନୀଡ଼ l

ବିଶ୍ୱାସଟା ବେଳେ ବେଳେ 

ଲୁଚି ଲୁଚକାଳି ଖେଳେ 

ସମ୍ପର୍କ ମୋହରେ ପଡି ହୋଇଯାଏ ଅନ୍ଧ 

ଅବିଶ୍ୱାସ ଢେଉ କାହୁଁ 

ମାଡିଆସେ ଚାହୁଁ ଚାହୁଁ 

ଧୋକା ଦେଇ ଭାଙ୍ଗିଦିଏ ଭରସାର ବନ୍ଧ l

ନିଜ ଦୁଃଖ ନିଜଠାରେ 

ରହିଯାଏ ଉହାଡରେ 

ଅନ୍ତରର ଯେତେ ସବୁ ଅକୁହା ବେଦନା 

ଲୁହ ସବୁ କୋହ ହୋଇ 

ରହିଯାଏ ଚାପି ହୋଇ 

ବାଧ୍ୟ ଏଠି ହସିବାକୁ, କାନ୍ଦିବାକୁ ମନା l

ସୁଖ, ଦୁଃଖ, ଭଲ, ମନ୍ଦ 

କେତେଯେ କପଟ, ଛନ୍ଦ 

ଏ ଜୀବନ ଚଲାପଥେ ଘଟି ଚାଲେ ନିତି 

ରାମ ନାମ ସତ୍ୟ ହେ 

ହରି ନାମ ସତ୍ୟ ହେ 

ଦିପଦ ଗୀତରେ ସବୁ ହୋଇଯାଏ ଇତି l



Rate this content
Log in

Similar oriya poem from Tragedy