STORYMIRROR

Prabhati Mahapatra

Tragedy Inspirational

4  

Prabhati Mahapatra

Tragedy Inspirational

ଜୀବନ ପଥେ

ଜୀବନ ପଥେ

1 min
275

ଜୀବନ ପଡିଛି ମୋର 

ପ୍ରଖର ସ୍ରୋତେ ମା (ଘୋଷା)

ପଣତ ଘୋଡେଇ ନେବୁ 

ଆସି ବିପଦେ ମା (ଘୋଷା)

ତୁହି ପରା ସାହା ମୋର

ମୁଁ ତୋର ଆଶ୍ରିତା

ତୁହି ପରା ମାତା ମୋର

ମୁଁ ତୋର ଦୁହିତା 

କେତେବେଳେ ଦୋଷ ଯଦି

କରି ଥାଏ ହାତେ

କ୍ଷମାଶୀଳା କ୍ଷମା ଦେବୁ

ଡାକୁଛି ଆରତେ ।

ପ୍ରଖର ସ୍ରୋତେ ମା .....

ହୈମବତୀ ହୃଷ୍ଟ ହୁଅ

ଦୁଃଖିନୀ ଉପରେ

ହିରଣ୍ମୟୀ କୃପାମୟୀ

ଶୁଣ ମା କର୍ଣ୍ଣରେ

ହୃତି କର ହୃଦୟରୁ

ଶଙ୍କା ମୋର ଯେତେ

ହୁତାଶନ ହୋଇ ଯିବ

ମୋର ପାପ ଯେତେ 

ପ୍ରଖର ସ୍ରୋତେ ମା .......

ମୃଦୁ ମୃଦୁ ବାସ ବହେ 

ଶରତେ ସମୀର

ଚାନ୍ଦିନୀ ଚମକେ ମା

ହସେ ଶୀତକର

ଅପୂର୍ବ ସୁନ୍ଦର ବେଳା 

ଦେଖ ମା ଜଗତେ

ଦୟା କରି ଆସ ମାତ

ଶୁଭାକାଂକ୍ଷୀ ଚିତ୍ତେ ।

ପ୍ରଖର ସ୍ରୋତେ ମା .......

ଆସିଛି ପାର୍ବଣ ମଜ୍ଜା

ତୋର ଆଗମନେ

ଲିଭି ଯିବ ଶାମ୍ବରୀ ମା

ତୋର ଦରଶନେ 

କାଶତଣ୍ଡି ଝୁଲି ଝୁଲି

ନାଚେ ପୁଲ୍ଲକିତେ

କମଳ ମଣ୍ଡିବ ତୋତେ

ଆନନ୍ଦିତେ ମର୍ତ୍ତ୍ୟେ ।

ପ୍ରଖର ସ୍ରୋତେ ମା ......

ତୁହି ମା ମଙ୍ଗଳା ମାଗୋ

ତୁହି ଶାକମ୍ବରୀ

ବିମଳା ରୁଦ୍ରାଣୀ ସତୀ

ତ୍ରିପୁର ସୁନ୍ଦରୀ 

ଜଗତ କଲ୍ୟାଣ ପାଇଁ

ଲେଖୁଛି ସଙ୍ଗୀତେ

ପ୍ରଭାତୀର ଦୁଃଖ ନାଶ

ପୋଛି ତୋ ପଣତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy