STORYMIRROR

Kishore Nayak

Tragedy

4  

Kishore Nayak

Tragedy

କର୍ମର ଫଳ

କର୍ମର ଫଳ

1 min
152

ଏ ସଂସାର ଗତି ବିଚିତ୍ର ତା ମତି 

               କର୍ମମୟ ଏ ଜୀବନ 

କର୍ମ ଘେନି ଫଳ ବିଧିର ବିଧାନ 

              ସର୍ଜିଛ ହେ ଭଗବାନ ll

କୃପାରେ ଜୀବନ ଚାଲିଛି ପ୍ରଭୁ ହେ 

              ତୁମ୍ଭରି ଆଶିଷ ନେଇ 

ତୁମ୍ଭ କୃପା ବିନା ଏ ଜୀବନ ସିନା 

             ପାଲଟେ ଦୁଃଖର ନଈ ll

ସୁଖ ଦୁଃଖ ଭରା ଏ ଜୀବନ ପରା 

              ସବୁତ ତୁମ୍ଭରି ଦାନ 

କର୍ମ ଘେନି ଫଳ ମୋହର ସମ୍ବଳ 

             କରିବି କି ଅଭିମାନ? ll

ମୋ କର୍ମରୁ ଜାତ ପାଇଛି ଯାହାତ 

           ତାହାତ ମୋହର ଧେୟ 

ସୁଖ ହେଉ କି ସେ ଦୁଃଖ ହେଉ ଅବା 

              ଜୀବନ ଯାତନାମୟ ll

ମୋ କର୍ମର ଫଳ ମୋ ଜୀବନେ ଯଦି 

           ମୋ ପାଇଁକି ହେଲା ବିଷ 

ହେ ବିଶ୍ଵନିୟନ୍ତା ବିଧିର ପ୍ରଣେତା 

            ତୁମ୍ଭର କି ଅବା ଦୋଷ? ll

ମୁଁ ଯେବେ ଅଜ୍ଞାନୀ ଧୂର୍ତ ପଣିଆରେ 

            ତୁମ୍ଭକୁ କରିବି ଦୋଷୀ 

ଅରଜିବି ମୁହିଁ ତୁମ୍ଭେ ହେବ ଦାୟୀ 

           ନୁହେଁ କି ମୁଁ ବଦମାସୀ? ll

ଅନ୍ୟକୁ ଯେ ଦେଲ ମୋତେ ଯେ ନଦେଲେ 

          ମୋ ଠାରେ କରିଲ ଉଣା 

ମୁଁ କାହିଁ ଜାଣୁନି ଯାହା ମୁଁ କରିଛି? 

            ଏ ଥିଲା ତା'ର ପାଉଣା ll

ସେଥିପାଇଁ ପ୍ରଭୁ ଏ ଜୀବନେ ଆଉ 

            କାହିଁକି କରିବି ଦୁଃଖ? 

ମୋ ଭାଗ୍ୟରେ ଯାହା ପଡିଛି ପ୍ରଭୁ ହେ 

            ଭାବିନେଲି ତାକୁ ସୁଖ ll

ହେ ବିଶ୍ଵ ବିଧାତା ଜଗତ କରତା 

            ତୁମ୍ଭେ ତ ମଙ୍ଗଳମୟ 

ଯୁଗେ ଯୁଗେ ପ୍ରଭୁ ଏ ଧରା ଧାମରେ 

            ତୁମ୍ଭର ହିଁ ହେଉ ଜୟ ll

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy