STORYMIRROR

Chittaranjan Nanda

Romance Tragedy

4  

Chittaranjan Nanda

Romance Tragedy

ପୁରୁଣା ମୁହୂର୍ତ୍ତ

ପୁରୁଣା ମୁହୂର୍ତ୍ତ

1 min
239


ଦୁଇଟି ଦୃଦୟ ଟାଣି ହୋଇ ଯାଉଥିଲେ,

ମନେ ପଡେ ମୋର 

ନୂତନତା ଆଡ଼କୁ ପାଗ ନେଉଥିଲା ଟାଣି

ଇଶାରା ଭିତରେ


ତୁମ ସହ ସେଦିନ ଥିଲା ନୂତନ ଶିହରଣ,

ଏକ ମିଠା ଶକ୍ତିର

ନିବିଡ଼ତା, ଆତ୍ମୀୟତା ଥିଲା ତାହା, ନାହିଁ 

ନଥିବା ଆକର୍ଷଣର


ସେଦିନ ବି ଥିଲା ଏମିତି ଗୋଟାଏ ମୁହୂର୍ତ୍ତ,

ମନର ସପନ ଭିତର

ତୁମେ ବି ଜାଣିଛ, ମୁଁ ବି ଜାଣିଛି, ଦୁନିଆ 

ଥିଲା ଅଗୋଚର


ତୁମକୁ ଭେଟିବାର ଚେଷ୍ଟାରେ ସବୁ ବେଳେ 

ମୋର ମନ ଥାଏ

ନମିଳିବାର ଭୟରେ ଛାତି ଥରି ଯାଏ ଓ

ଆଖିରୁ ଲୁହ ଗଡି ଯାଏ


ଭାବିଥିଲି, ମନ ହେଉଥିଲା, ସେଇ ସ୍ୱପ୍ନକୁ 

ପାଇବି ହାତ ଆଞ୍ଜୁଳିରେ 

ମୋ ପ୍ରେମ ଆଉ ସ୍ୱପ୍ନ ଭିତର ପାଚେରୀ ଥିଲା

କେବଳ ତୁମ ଦୂରତାରେ


ଜାଣି ନଥିଲି ଏତେ ବର୍ଷ ପରେ ବି ସେଇ ଦିନ

ସବୁକୁ ଭୁଲି ହେବନି,

ବହୁତ ଚେଷ୍ଟା କରିଛି, କେତେ ଲୁହକୁ ପୋଛିବାକୁ, 

ଖାଲି ଏ ଦୁନିଆ ଜାଣିନି


ଭାବି ନଥିଲି, ସେ ଅତୀତର ପ୍ରେମ ଏତେ ଦୁଃଖ 

ଆଉ ଯନ୍ତ୍ରଣା ଦାୟକ 

ସେ ଚାହିଁବାଟା ଆଉ ଖୋଜିବାଟା ମୋର ନିଶ୍ୱାସେ

ହୋଇବ ଅଟକ


ତୁମେ ସ୍ୱପ୍ନରେ ଥିଲ, ସ୍ୱପ୍ନରେ ଥିବ, ସ୍ୱପ୍ନରେ ନିତି 

ଭିଜୁଥିବି, ଏହା ମୋର ପରିଚୟ

ଭାବିଛି ତୁମ ହୃଦୟରେ ମୋତେ ତୁମେ ପଢ଼ି ସାରି

ଥିବ, ହେ ମୋର ପ୍ରିୟ


ସେ ତ ଅତୀତର କଥା, ଇତିହାସ ପରା ହୋଇଛି 

ତାହା ବର୍ତ୍ତମାନ

ଜାଣିଛି, ବର୍ତ୍ତମାନରେ ଯାହା ପ୍ରାପ୍ୟ ହୋଇ ଥାଏ 

ଅତୀତ ନୁହେଁ ସମାନ  ।


Rate this content
Log in

Similar oriya poem from Romance