STORYMIRROR

Kishore Nayak

Tragedy

4  

Kishore Nayak

Tragedy

ଜୀବନର ପଥେ ପଥେ

ଜୀବନର ପଥେ ପଥେ

1 min
197


ସୁଖ ଦୁଃଖ ଭରା    ଏ ଜୀବନ ପରା 

     କେବେ ଖରା କେବେ ଛାଇ 

କେବେତ ଆଲୁଅ    କେବେ ଅନ୍ଧକାର 

       କେବେତ ଲୁହର ନଈ ll

ଆଶା ଭରସାର     ପ୍ରେମ ବିଶ୍ୱାସର 

      ଏ ଜୀବନ ଚଲାପଥେ 

କେତେଯେ ଘଟଣା   କେତେ ଦୁର୍ଘଟଣା 

      ଘଟୁ ଥାଏ ନିତି କେତେ ll

ଯାତନାର ଜ୍ୱାଳା     ସଂସାର ବାଟରେ 

       ଭରଇ ଦୁଃଖର ତାତି 

ସେ ଦୁଃଖକୁ ପୁଣି    ଭୁଲିବାକୁ ହୁଏ 

       ଗାଇ ଜୀବନର ଗୀତି ll

ଜୀବନର ଗୀତି      ହରିନିଏ ସାଥୀ 

       ଅନ୍ତରର ଯେତେ କୋହ 

ଚାଲିବାର ବଳ      କରିଦିଏ ଠୁଳ 

       ଜଗାଇ ପରାଣେ ମୋହ ll

ସମ୍ପର୍କ ଡୋରିରେ     ବେଳେବେଳେ ଏଠି 

        ଜୀବନ ହୁଅଇ ଛନ୍ଦି 

ଇଚ୍ଛା ବିରୁଦ୍ଧରେ      ତଥାପି ମଣିଷ 

      ଆପେ ଆପେ ହୁଏ ବନ୍ଦୀ ll

ହୃଦୟର ଗୀତ       ହରିନିଏ ମିତ 

      ଅନ୍ତର ବେଦନା ଯେତେ 

ନିଜ କର୍ମ ଘେନି      ଚାଲିବାକୁ ହୁଏ 

      ଜୀବନର ପଥେ ପଥେ ll

ଚିହ୍ନା ଅଚିହ୍ନାର       ପର ଆପଣାର 

      କେତେଯେ ଅମଡ଼ା ବାଟ 

ବେଳେବେଳେ ଏଠି    ଶୂନ୍ ଶାନ୍ ଲାଗେ 

        ଭରସା ନଈର ଘାଟ ll

ଚାହିଁ ଚାହିଁ ପୁଣି      ଫେରିବାକୁ ହୁଏ 

        ନଥାଏ କାହାର ଦେଖା 

ଆସିବାଟା ଥିଲା      ଏକା ଏକା ବନ୍ଧୁ 

        ଯିବାଟା ବି ଏକା ଏକା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy