STORYMIRROR

Kishore Nayak

Tragedy

4  

Kishore Nayak

Tragedy

ନିଜକୁ ପାଏନି ଖୋଜି

ନିଜକୁ ପାଏନି ଖୋଜି

1 min
182

ସମୟ ସ୍ରୋତରେ ଲିଭିଯାଏ ଏଠି 

       ଜୀବନର କେତେ ଗାଥା 

ସ୍ମୃତି କେବେ କେବେ ଭାବନା ଖିଅରେ 

       କହେ ତା' ଅନ୍ତର କଥା ll

ଅଫେରା ବାଟରେ ଜୀବନ ହାଟରେ 

       ଅତୀତ ତ ଯାଏ ଚାଲି 

ନିଜେ ପୁଣି ଏଠି ନିଜକୁ ଖୋଜିଲେ 

      ଶୂନ୍ୟତା ବିରାଜେ ଖାଲି ll

ବେଳେବେଳେ ଏଠି ଜୀବନଟା ପୁଣି 

       ବଖାଣେ ମରମ କଥା 

ନିଃଶବ୍ଦ ନିଥର ଅବ୍ୟକ୍ତ ସେ ସ୍ୱର 

       ଅସରନ୍ତି ମନ ବ୍ୟଥା ll

ନିଜ ଦୁଃଖ ସବୁ ନିଜ ପାଇଁ ଏଠି 

       ଅନ୍ୟକୁ ହୁଏନି କହି 

ମନର ବେଦନା ନକହି ପାରିଲେ 

      ଦେହ ତ ପାରେନି ସହି ll

ବେଦନାର ଭାର ହୋଇଯାଏ ଦୂର 

       ନିଗିଡି ପଡିଲେ ଲୁହ 

ଏଇ ଲୁହ ହୁଏ ବଞ୍ଚିବାର ରାହା 

      ଛାଡି କେ ପାରିଛି କୁହ? ll

ଜୀବନ ରାସ୍ତାରେ ଏକା ହୋଇଗଲେ 

       ଲୁହ ତ ଜୀବନ ସାଥୀ 

ନିଃସଙ୍ଗ ନୀରବେ ବିତିଯାଏ ପୁଣି 

     କେତେ ଦିନ କେତେ ରାତି ll

ତଥାପି ଚାଲିଛି ଜୀବନଟା ଏଠି 

      ସ୍ୱପ୍ନ-ପ୍ରତୀକ୍ଷାରେ ହଜି 

ବେଳେ ବେଳେ ଏଠି ବାଟ ଭୁଲିଯାଏ 

       ନିଜକୁ ପାଏନି ଖୋଜି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy