STORYMIRROR

Debadatta Jena

Romance Tragedy

4  

Debadatta Jena

Romance Tragedy

ଶୂନ୍ୟତା

ଶୂନ୍ୟତା

1 min
241


ଲହରୀ ପରିକା ଇଚ୍ଛାରେ ତୋହର,

ଏ ଦରିଆକୁ ଭୁଲି ଯାଆନା ତୁ..

ଢେଉ ତ ଆସିବ ମନରେ ତୋହର,

ଭଉଁରୀରେ ମିଶି ଯାଆନା ତୁ..!


ମନର ମୌନତା ଶବ୍ଦର ଶୂନ୍ୟତା

ବେପଥୁରେ ଝରି ଯାଆନା ତୁ,

ଏ ଅଥଳ ହୃଦୟ ଗଭୀର ଲହରେ,

ମଝି ଧାରେ ହଜି ଯାଆନା ତୁ..!


ବହି କି ତ ଦେଖ ଝରି କି ତ ଦେଖ

ଜୁଆରରେ ଭଟ୍ଟା ଫେରନା ତୁ

ଏ ଦରିଆର ଲୁହ ଯନ୍ତ୍ରଣାର କୋହ, 

ଶୂନ୍ୟତାକୁ ଥରେ ମାପ ତ ତୁ..!


ଆସୁଛି ଯେବେ ମୁଁ କୂଳକୁ ତୋହର,

ଭରମରେ ଭ୍ରମି ଯାଉଛି ତ ମୁଁ,

ଭାବୁଚି ଯେବେ ମୁଁ ପୂର୍ଣ୍ଣତାର ଗାଥା,

ଶୂନ୍ୟତାରେ ଭରି ଯାଉଛି ମୁଁ..!


ବହୁତ ସୁନ୍ଦର ପରା ତୋ କାରିଗରୀ,

ଦେଖୁଅଛି ଆଜି ଆଖିରେ ମୁଁ,

ମୁଁ ସିନା ଦେଖୁଛି ମୋ ଆଖି ଖୋଲି,

ବନ୍ଦ ଆଖିରେ କି ଦେଖୁଚୁ ତୁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance