ଶୂନ୍ୟତା
ଶୂନ୍ୟତା
ଲହରୀ ପରିକା ଇଚ୍ଛାରେ ତୋହର,
ଏ ଦରିଆକୁ ଭୁଲି ଯାଆନା ତୁ..
ଢେଉ ତ ଆସିବ ମନରେ ତୋହର,
ଭଉଁରୀରେ ମିଶି ଯାଆନା ତୁ..!
ମନର ମୌନତା ଶବ୍ଦର ଶୂନ୍ୟତା
ବେପଥୁରେ ଝରି ଯାଆନା ତୁ,
ଏ ଅଥଳ ହୃଦୟ ଗଭୀର ଲହରେ,
ମଝି ଧାରେ ହଜି ଯାଆନା ତୁ..!
ବହି କି ତ ଦେଖ ଝରି କି ତ ଦେଖ
ଜୁଆରରେ ଭଟ୍ଟା ଫେରନା ତୁ
ଏ ଦରିଆର ଲୁହ ଯନ୍ତ୍ରଣାର କୋହ,
ଶୂନ୍ୟତାକୁ ଥରେ ମାପ ତ ତୁ..!
ଆସୁଛି ଯେବେ ମୁଁ କୂଳକୁ ତୋହର,
ଭରମରେ ଭ୍ରମି ଯାଉଛି ତ ମୁଁ,
ଭାବୁଚି ଯେବେ ମୁଁ ପୂର୍ଣ୍ଣତାର ଗାଥା,
ଶୂନ୍ୟତାରେ ଭରି ଯାଉଛି ମୁଁ..!
ବହୁତ ସୁନ୍ଦର ପରା ତୋ କାରିଗରୀ,
ଦେଖୁଅଛି ଆଜି ଆଖିରେ ମୁଁ,
ମୁଁ ସିନା ଦେଖୁଛି ମୋ ଆଖି ଖୋଲି,
ବନ୍ଦ ଆଖିରେ କି ଦେଖୁଚୁ ତୁ..!

