STORYMIRROR

Sarojini Mishra

Abstract

4  

Sarojini Mishra

Abstract

ବାଇ ଚଢ଼େଇ

ବାଇ ଚଢ଼େଇ

1 min
335



ବାଇ ଚଢ଼େଇରେ କହିବୁ କି ମୋତେ

ଶିଖିଲୁ କେଉଁଠୁ ଏ କାରିଗରୀ

ତୋ ବସା ବନାଉ କେତେ କାରୁକାର୍ଯ୍ୟେ

ଧନ୍ୟରେ ତୋହର ଶିଳ୍ପ ଚାତୁରୀ ।


ଗଛର ଡାଳରେ ଆତ୍ମ ବିଶ୍ୱାସରେ

ନିର୍ମାଣ କରୁ ତୁ ତୋ' ଛୋଟ ବସା

ବାଆ ବତାସରେ ଦୋହଲୁ ଥାଏରେ

ପଚାରିଲେ କହୁ ପ୍ରଭୁ ଭରସା ।


ତୋ ଶିଳ୍ପ କୌଶଳ ଶିଖିବା ପାଇଁ କି

ତାଲିମ ନେଇନୁ ତୁ ଅନୁଷ୍ଠାନେ 

ତଥାପି ତୋ ବସା କେତେ ସୁରକ୍ଷିତ

କେବେ ତା ମଧ୍ୟରେ ପାଣି ନ ପଶେ ।


କିଏ ଶିଖାଇଲା ଏତେ ଗୁଢ କାର୍ଯ୍ୟ

କେଉଁଠୁ ପାଇଲୁ ଶିଳ୍ପ ଚାତୁରୀ

ଛୋଟ ମନେ ତୋର ଧୈର୍ଯ୍ୟ ସାହସ

କହରେ କିଏ ସେ ଦେଇଛି ଭରି ।


ମୋ ପ୍ରଶ୍ନ ଜାଲରେ ଛନ୍ଦି ହୋଇଯାଇ

ଯେବେ ତୋ ଆଡକୁ ଅନାଇ ଦେଖେ

ଲାଗେ ତୁ କହୁଛୁ ଆକାଶକୁ ଚାହିଁ

ପରମପିତା ତ ଆଉ କେ ନୁହେଁ ।

   


Rate this content
Log in

Similar oriya poem from Abstract