STORYMIRROR

Jyotirmoyee Mohanty

Abstract

4  

Jyotirmoyee Mohanty

Abstract

ବାହୁଡ଼ିବ ସମୟ

ବାହୁଡ଼ିବ ସମୟ

1 min
172


ସାରା ବିଶ୍ବରେ ଆଜି ଛାଇ ଯାଇଛି ଆତଙ୍କ

କେଉଁ ଏକ ଅଦୃଶ୍ୟ ଭୂତାଣୁ କବଳେ କବଳିତ ମାନବ 

ମୁହୂର୍ତ୍ତେ ମୁହୂର୍ତ୍ତେ ବଳିପଡୁଛି ଜୀବନ

ଜନମାନବ ଶୂନ୍ୟ ଆଜି ରାଜରାସ୍ତା ହେଲେ

ଶ୍ମଶାନରେ ମିଳୁନାହିଁ ସ୍ଥାନ I


ପାବନ୍ଧି ଲାଗିଛି କେବଳ ମଣିଷଙ୍କ ପାଇଁ

ଘରୁ ବାହାରିବା ମନା, 

ଯଦିବା ଘରୁ ବାହାର

ମୁହଁରେ ବାନ୍ଧେ ତୁଣ୍ଡି 

ଯେତେବେଳେ ଗାଈ,ଗୋରୁ , ପଶୁ ପକ୍ଷୀ

ସଭିଏଁ ବୁଲନ୍ତି ସ୍ବଚ୍ଛନ୍ଦରେ I


ଅମୃତ ସନ୍ତାନ ଆମେ 

ହାରିବା ନାହିଁ, ଡରିବା ନାହିଁ 

କି ଥକି ଯିବାର ନାହିଁ

ଚାଲ ଆମେ ସମୟ ସହ ଜୁଝିବା 

ଲଢିଯିବା, ଲୋଟିଯିବା

ଗନ୍ତବ୍ୟ ସ୍ଥଳରେ ପହଁଞ୍ଚିବା ଯାଏଁ ଆମେ ଯୁଦ୍ଧରତ ଥିବା I


ଦେଖିବ, ବିଜୟ ଦୁନ୍ଧୁଭି ବଜାଇ 

ସାରା ବିଶ୍ବରେ

ଦିଗ୍ ବିଜୟର ତିଲକ ପିନ୍ଧି ସମୟ

ବାହୁଡିବ ସେହି ପୁରୁଣା ଦିନକୁ

ବାହୁଡିବ ସେହି ବ୍ୟସ୍ତବହୁଳ ଜୀବନ ଧାରାକୁ

ବାହୁଡିବ ସେହି ସାଙ୍ଗସାଥି ମେଳକୁ

ବାହୁଡିବ ସେହି ସ୍କୁଲ କଲେଜକୁ

ବାହୁଡିବ ସେହି ମାଟି ମାଆ କୋଳକୁ

ବାହୁଡିବ ସେହି ନିତିଦିନର ପଥପ୍ରାନ୍ତକୁ

ବାହୁଡିବ ସେହି କୋଳାହଳମୟ ଖେଳପଡିଆକୁ ।


Rate this content
Log in

Similar oriya poem from Abstract