ବାହୁଡ଼ା ଯାତ୍ରା
ବାହୁଡ଼ା ଯାତ୍ରା
ବାର ମାସେ ତେର ଯାତରା
କରୁଛ ପ୍ରଭୁହେ
ସବୁଠୁ ବଡ଼ ତୁମ ରଥ ଯାତ
ଗୁଣ୍ଡିଚା ଯାତରା ନବଦିନ ପରେ
ଆସଇ ବାହୁଡ଼ା ଯାତ
ଗୁଣ୍ଡିଚା ମାଉସୀ ର ସେନେହ ଶରଧା
ପ୍ରଭୁ ତୁମକୁ କଲା ପାଗଳ
ନଅ ଦିନ ପରେ ପୁଣି
ଯାତ୍ରା ଆରମ୍ଭିଲ ପ୍ରଭୁ ଜଗନ୍ନାଥ
ମାଉସୀ ମା କାନ୍ଦେ ଗୁମୁରି ଗୁମୁରି
ମା କୋଳ ଖାଲି କରିଦେଲ
ଭକ୍ତ ଭାବରେ ବନ୍ଧା ତୁମେ ଯେଣୁ
ବଡ ଦାଣ୍ଡେ ପୁଣି ଉଭା ହେଲ
ଭକତି ଡୋରି ରେ ବାନ୍ଧି ଦେଲ ପ୍ରଭୁ
ଦାଣ୍ଡେ ବିଜେ ବାହୁଡ଼ା ବିଜୟ ରଥ
ଲୋକାରଣ୍ୟ ହୋଇ ଉଠୁଥିବ ପରା
ଏହି ବଡ଼ ଦାଣ୍ଡ ପଥ
ବାହୁଡ଼ା ବାସି ରେ ତୁମ ସୁନାବେଶ ଦେଖି
ପବିତ୍ର ହୋଇବ ଏ ପାପୀ ନୟନ
ଆହାକି ସୁନ୍ଦର ଅପୂର୍ବ ଦର୍ଶନ
ଆଖି ଲାଖି ରହିଥିବ
ରଥ ର ଉପରେ ବାମନ ରୂପକୁ ଦେଖିଲେ
ପୁନର୍ଜନ୍ମ ନା ଲଭିବ।।
