STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ବାହୁଡା଼ ଯାତ୍ରା କାଳିଆର

ବାହୁଡା଼ ଯାତ୍ରା କାଳିଆର

1 min
234


ମାଉସୀ ମା ତୋର ଚାହିଁ ରହିଛି ରେ

       ଆସିବୁ କାଳିଆ ମୋର

କେତେ ମୁ ଦେଖିଛି ନୀତି ଜଗିଛି

        ବାଟ କୁ ତୋହର

ଆଗେ ଆସୁ ଥିବ ବଳରାମ ମୋର

        ମଝିରେ ସୁଭଦ୍ରା ସୁନ୍ଦର

ପଛରେ ଆସିବୁ ହଟିଆ ନାଗର

        ଗହଳି ଲଗାଇ କାଳିଆ ଠାକୁର

ଗୁଣ୍ଡିଚା ମନ୍ଦିର ଯାଇ ସାତ ଦିନ ରହିଲୁ

       ଭକ୍ତ ପାଇଁ ଶ୍ରୀ ମନ୍ଦିର ଛାଡି ଆସିଲୁ

ଆଡ଼ପ ମଣ୍ଡପ ରେ ତୋର ଭିଡ଼ ଲାଗିଲା

      ତୋ ପାଇଁ କାଳିଆ ରଥ ଯାତ୍ରା ହେଲା

ଦିନେ ନ ବୁଝିଲୁ ରେ ମୋହର ମନ କୁ

ବାଟ ରେ ରହିଛି ତୋର ମାଉସୀ 

       ଅର୍ଦ୍ଦାସିନି ବହି ନାମକୁ

ମୋ ମନ୍ଦିର କୁ କେବେ ଆସିଲୁ ନାହିଁ

    ବାଟ ରେ ତୋର ମାଉସୀ ରହିଛି ଅନାଇ

ପୋଡ଼ ପିଠା ରେ ଶରଧା ରହିଛି ତୋର

     ଯତନେ କରି ପରସି ଦେବି ଧନ ମୋର

ମହା ଲକ୍ଷ୍ମି ସାଥେ ତୋର ଭେଟ ହୋଇବ

      ଲକ୍ଷ୍ମୀ ନାରାୟଣ ଭେଟ ଦୁନିଆ ଦେଖିବ

ବାହୁଡା଼ ଯାତ ରେ ଶ୍ରୀ ମନ୍ଦିର ଯିବୁ ବାହୁଡ଼ି

     ଭକ୍ତ ପ୍ରିୟ ତୁହି ରେ କାଳିଆ ଭକ୍ତ ନେବେ ରଥ ଭିଡି ।


Rate this content
Log in

Similar oriya poem from Abstract