STORYMIRROR

Chittaranjan Nanda

Inspirational Children

3  

Chittaranjan Nanda

Inspirational Children

ବାଘା ଯତୀନ ସ୍ମରଣେ

ବାଘା ଯତୀନ ସ୍ମରଣେ

2 mins
199

ଆଜି ଭାରି ମନେ ପଡେ ପିଲା ଦିନେ ପାଠ 

କରିଥିବା ସେଇ କଥା

ମୋ ମାଟି ମାଆରେ ଜନମି ଥିବା ବୀର ସନ୍ତାନ 

ବାଘା ଯତୀନର ଗାଥା |୧|


ଚପଳତା ମନେ ଭାବୁଥିଲି ମୁହିଁ ଭାରତ କିପରି 

ଶୋଭାମୟ ଓ ସୁନ୍ଦର 

ପ୍ରକୃତି ଭରି ଦେଇଛି ମୋ ମାଟିରେ ପରା ସମସ୍ତ 

ସୌନ୍ଦର୍ଯ୍ୟର ଗନ୍ତାଘର |୨|


ମନେ ଚିନ୍ତା କରୁଥିଲି ରାଜଗାଦୀ ପାଇଁ କଳହ 

ଥିଲା ରାଜାଙ୍କ ଭିତରେ

ତାହାର ସୁବିଧା ଉଠେଇ ବ୍ରିଟିଶ ଜାତି ଶାସନ 

ଜାରି କଲା ଆମ ଉପରେ |୩|


ଦେଶେ ଥିଲେ କିଛି ନିବୋର୍ଧ ମଣିଷ ଥାଇ 

ସରବ ଗୁଣ ଗାରିମା ଜ୍ଞାନ

ଥାଇ ବିଦେଶୀ ଶାସନର ମେରୁଦଣ୍ଡ କରୁ

ଥିଲେ ପରାଧୀନତାକୁ ସମର୍ଥନ |୪|


କେତେ ବିପ୍ଳବୀ ସନ୍ତାନ ମାଆ ମାଟିର ନଥିଲା 

ପାଇବା ହରାଇବା ଭ୍ରାନ୍ତି 

ବିଦେଶୀଙ୍କୁ ତଡିବା ପାଇଁ ପ୍ରୟାସ ରଖିଥିଲେ 

ଜାରି ଖୋଜି ସ୍ୱାଧୀନତାର ପ୍ରଜାପତି |୫|


ଥିଲା ତାଙ୍କରି ମନରେ ଚେତନା ଆମରି 

ଦରବ ଆମ କାମେ ଲଗାଇବା 

ଆମର ନିଜର ଦେଶ ଅର୍ଥନୀତିକୁ ନିଜର 

ଶ୍ରମ ବଳେ ଆଗକୁ ବଢ଼ାଇବା |୬|


କାୟୋମନବାକ୍ୟେ ଦେଶ ପାଇଁ ଚିନ୍ତା  

ବାର୍ତ୍ତା ଥିଲା ସ୍ୱଦେଶୀ ପ୍ରୀତିର 

ସ୍ୱଦେଶକୁ ସ୍ୱାଧୀନ କରିବା ଥିଲା ପରମ 

ଧର୍ମ ହିଁ ସରବ ବୀର ସନ୍ତାନର |୭|


ସେଥି ମଧ୍ୟରୁ ଜଣେ ଅଷ୍ଟାଦଶ ଶହ ଅଣଅଶୀ 

ସାଲ ଡିସେମ୍ବର ସାତ ଦିନ

ଜନମ ନେଇଥିଲା ଯତୀନ୍ଦ୍ର ନାଥ ନାମକ 

ଭାରତ ମାଟିର ବୀର ସନ୍ତାନ |୮|


ଆସି ଗଲେ ସେହି ସାହାସୀ ମଣିଷ ପଶ୍ଚିମ

ବଙ୍ଗର ନଦିଆ ଜିଲ୍ଲାରେ

ମାଆ ଶରଦଶଶୀ କୋଳେ ଓ ପିତା ଉମେଶ 

ଚନ୍ଦ୍ରଙ୍କ ପରିବାରରେ |୯|


ପିଲାଦିନେ ଏକା ବାଘକୁ ମାରିଥିଲେ ବୋଲି 

ବାଘା ଯତୀନ ବୋଲାଇଲେ

ସେହି ବୀର ଯୁଗାନ୍ତର ନାମେ ସଂଗଠନ ଗଢି 

ବ୍ରିଟିଶର ପ୍ରତିବାଦ କଲେ |୧୦|


ସ୍ୱାଧୀନତା ସଂଗ୍ରାମ ଜାରୀ ରଖିଲେ ଗରିଲା 

ଯୁଦ୍ଧକୁ ନିଜେ ଆପଣାଇ ନେଇ 

ବୀର ସନ୍ତାନଙ୍କୁ ତାଲିମ ଦେଉଥିଲେ ସେ 

କପ୍ତିପଦା ଘଞ୍ଚ ଜଙ୍ଗଲରେ ରହି |୧୧|


ସେ ଦିନ ଥିଲା ଉଣେଇଶି ଶହ ପନ୍ଦର 

ମସିହା ତାରିଖ ଡିସେମ୍ବର ଦଶ  

ଦେଶ ଜାତି ପାଇଁ ପ୍ରାଣବଳି ଦେଇ ରଖି 

ଗଲ ଆମ ଦେଶର ଯଶ |୧୨|


ଧନ୍ୟ ହେ ବୀର ଜୀବନର ଶେଷ ରକ୍ତବିନ୍ଦୁ 

ଯାଏଁ ଲଢେଇ ଜାରି ରଖିଲ

ସ୍ୱାଧୀନତା ପାଇଁ ଲଢେଇ କରି ମାଟି ପାଇଁ 

ତୁମେ ପ୍ରାଣବଳି ଦେଇଦେଲ |୧୩|


ପ୍ରାଣ ଦେଇ ବ୍ରିଟିଶ ଅତ୍ୟାଚାରୀର ଦେଇ

ଥିଲ ତୁମେ ଯଥାର୍ଥ ଉତ୍ତର

ଦୁର୍ଗମ ପଥର ଲକ୍ଷ୍ୟସ୍ଥଳକୁ ଆଗେଇ  

ସମାହିତ କଲ ଜଟିଳ ପ୍ରଶ୍ନର |୧୪|


ହଜି ଯାଇ ଅଛି ଆଜି ସେ' ଅତୀତ କିନ୍ତୁ 

ମୋର ହୃଦେ ତୁମକୁ ଭରୁଅଛି

ମୁଇଁ ଥିବାଯାଏଁ ହେ ମୋର ଆଦର୍ଶ ମୋ 

ସାଥିରେ ତୁମକୁ ନେଇ ବଞ୍ଚିଛି |୧୫|


ଆସ ମୋ ଭାଇ ଭଉଣୀ ସେହି ସାହସୀ 

ମଣିଷକୁ ମନେ ପକାଇବା 

ଭାରତେ ସରବ ଅନ୍ୟାୟ ଅତ୍ୟାଚାର ଦୂର 

ପାଇଁ ସତ୍ୟପଥର ଅନ୍ୱେଷଣ କରିବା |୧୬|



Rate this content
Log in

Similar oriya poem from Inspirational