STORYMIRROR

Lata Behera

Abstract

4  

Lata Behera

Abstract

ବାଗ୍ଦେବୀ

ବାଗ୍ଦେବୀ

1 min
233


ବାକ୍ୟଦେବୀ ସରସ୍ବତୀ 

     ବିଦ୍ୟା ପ୍ରଦାୟିନୀ

ଦୋଷ ଅପରାଧ କ୍ଷମ 

    କରୁଛି ଦୟିନୀ ।


ତୁମ୍ଭ କୃପା ବଳେ ମୁକ

    କଥା ଯେ କହଇ

ସବୁ କଣ୍ଠେ ବସି ମାଗୋ

   ବିଦ୍ୟା ଦେଉ କହି ।


ସାତ ଜନମ ମୁରୁଖ 

    କାଳି ଦାସ ଥିଲେ 

ତୋତେ ସେବା କରି ମାଗୋ

    ପଣ୍ଡିତ ହୋଇଲେ ।


ନବ ରତ୍ନ କବି ସଭା 

     ମଧ୍ୟରେ ଗଣିତ

ମେଘଦୂତ, ଶକୁନ୍ତଳା

     କରିଲେ ରଚିତ ।


କୁମାର ସମ୍ଭବ ଗାଥା 

      ପାର୍ବତୀଙ୍କ ତପ

ଭସ୍ମ ହେଲେ କାମଦେବ

    ଶିବ କଲେ କୋପ ।


ସଂସ୍କୃତ ଶ୍ଳୋକରେ ସବୁ

     କରିଲେ ବର୍ଣ୍ଣନା 

ମୁରୁଖରୁ ପଣ୍ଡିତରେ

     ହୋଇଲେ ଗଣନା ।


କଣ୍ଠେ ବସି ବାକ୍ୟ କହି

     ଦିଅନ୍ତି ଯେ ସେହି

ସେଥିପାଇଁ ବାଗ୍ଦେବୀ

    ନାମ ଛନ୍ତି ବହି ।


ଲକ୍ଷ୍ମୀ ପୁରାଣରେ ଏହା 

      ହୋଇଛି ବର୍ଣ୍ଣିତ 

ଭିକ୍ଷା ମାଗୁଥିଲେ ଘରେ 

    ଘରେ ଜଗନ୍ନାଥ ।


ପ୍ରତି କଣ୍ଠେ ସରସ୍ବତୀ 

    ତୁମେ ବିଜେ କଲ

ଲକ୍ଷ୍ମୀ ଆବାହନ କଲେ 

    ଖଇ ଉଡେଇଲ ।


ତୁମ୍ଭେ ଯା କଣ୍ଠରେ ବସ 

    ସେ ଦିଅଇ ଆଶ୍ରା 

ତୁମ୍ଭେ ନ ଚାହିଁଲେ ସିଏ

   ହୁଅନ୍ତି ନିରାଶା ।


ସଗର ରାଜାଙ୍କ କଣ୍ଠେ

    ଯାଇ ମା ବସିଲୁ

କନ୍ୟା ବଦଳରେ ପୁତ୍ର 

    ତୁଣ୍ଡେ କହିଦେଲୁ ।


ମନ ଦୁଃଖ କରି ସିଏ 

     ପୁତ୍ରଙ୍କୁ ପାଳିଲେ 

କପିଳ ମୁନିଙ୍କ କୋପେ

    ସର୍ବେ ଜଳି ଗଲେ ।


ତୁମ୍ଭ ଆଶୀର୍ବାଦେ ଶେଷେ

    ରାଜା ଭଗୀରଥ

ଗଙ୍ଗା ଆସିବାରୁ ସର୍ବେ

   ଗଲେ ମୁକ୍ତି ପଥ ।


ବିଭୀଷଣ, କୁମ୍ଭକର୍ଣ୍ଣ,

    ରାବଣ ତପସ୍ୟା 

କଣ୍ଠେ ବିଜେ କଲୁ ମାତ

    ହୋଇଲେ ନିରାଶା  ।


ବଦଳେଇ ଦେଲୁ କଣ୍ଠେ

    ବସି ତୁହି ବର

ଯୁଦ୍ଧ ବେଳେ କଣ୍ଠେ ବସି

    ଦେଲୁ ସ୍ବର୍ଗପୁର ।


ମୋର ଦୋଷ ଧର ନାହିଁ 

    ଜଗତ ଜନନୀ

ଅପରାଧ କ୍ଷମା କର

    ବ୍ରହ୍ମାଙ୍କ ନନ୍ଦିନୀ ।


ତୁମ ଆଶୀର୍ବାଦେ ମୁର୍ଖ

    ହେଇଯାଏ କବି

ମରାଳ ବାହିନୀ ପାଦେ

    ନମଃ ବାଗ୍ଦେବୀ  ।     


Rate this content
Log in

Similar oriya poem from Abstract