ବାଦଲର ଗର୍ଜନ
ବାଦଲର ଗର୍ଜନ
ଉଷ୍ମ ଜଳ ବାଷ୍ପ ହୁଏ ଉର୍ଦ୍ଧ୍ବଗାମୀ
ବାଦଲ ଶୂନ୍ଯ ବିହଗ
ଶୀତଳ ପବନ ସଂସ୍ପର୍ଶେ ଆସିଲେ
ଘନୀଭୂତ ହୁଏ ମେଘ ।
ଉପୁଯେ ସଂସର୍ଗେ ତଡିତ ବିଦ୍ୟୁତ
ଚମକେ ବିଜୁଳି ଦ୍ଯୁତି
ନିମ୍ନ ଭୂଭାଗକୁ ହୁଏ ଆକର୍ଷିତ
ଶବଦ କରେ ଉତ୍ପତ୍ତି ।
ଭେଦି ବାୟୂସ୍ତର ବିଜୁଳି ତରଙ୍ଗ
ସୃଷ୍ଟି କରେ ପ୍ରକମ୍ପନ
ଫାଟିପଡ଼େ କର୍ଣ୍ଣ ଘଡଘଡି ଶବ୍ଦେ
ବାଦଲ କରେ ଗର୍ଜନ ।
ବରଷେ ପ୍ରବଳ ଧାରା ଶିରାବଣ
ବାଦଲ କଳାହାଣ୍ଡିଆ
ଗରଜେ ବାଦଲ ଚମକେ ବିଜୁଳି
ବହେ ଚକ୍ରବାତୀ ବାଆ ।
ଉପୁଯଇ ଭୀତି ବାଦଲ ଗର୍ଜନେ
ବିପଦ ବନ୍ଯା ବିତ୍ପାତ
ସଞ୍ଚି ରଖିଥିଲେ ସୁଖ ସମୟରେ
ବିତିଯାଏ ଝଡି କଷ୍ଟ ।

