STORYMIRROR

Krishna Mishra

Classics

4  

Krishna Mishra

Classics

ବାଦଲ ଆଉ ମୁଁ

ବାଦଲ ଆଉ ମୁଁ

1 min
268


ବାଦଲ, 

ଆସୁନ ଗପିବା.... 

ତୁମେ ଆଉ ମୁଁ, 

ବେଦନାକୁ ତଉଲିବା 

ଦୁଇ ହୃଦୟର, 

ତୁମେ ଯେ ଆଚ୍ଛନ୍ନ ଘନ 

ଘୋର ତମସାରେ, 

ଦୁଃଖୀଟିଏ ତୁମେ, 

ଅନୁରାଗୀ ମୋଜୀବନ,   

ଭରା ଦରଦରେ....

ଆସ!

ଆଲିଙ୍ଗନେ ଏକ ହେବା,

ଦ୍ୱାରଖୋଲି ମନ ସିନ୍ଦୁକର!

ତୁମେ ତ ସାଉଁଟିଚ ନିଆଁ, 

ମୋମନ ବି ଜଳେ, 

ମରମବୀଣା ମୋ ଗାଏ 

ବିରହର ରାଗ, 

ଉଷା ବା ପ୍ରଦୋଷେ, 

ବିନ୍ଦୁ ବିନ୍ଦୁ ବାରି ତୁମ

ଅମୃତ ସମାନ, 

ଝରେ ମୋ ନୀରବ ଆଖିର ଲୁହ 

ଅକୁହା ବ୍ୟଥାରେ....

ବାଦଲ ଓ ମୁଁ, 

ଭେଦ କିଛି ନାହିଁ ସତେ, 

ରହିଛୁ ଦୁହେଁ, 

ମହଣ ମହଣ କାଳଧରି 

ଏକ ଅଜଣା ପ୍ରତୀକ୍ଷାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics