ବାବୁ
ବାବୁ
ନିଦରେ ଶୋଇ ସେ ମୁରୁକି ମୁରୁକି ହସେ
ମାୟା ପାରେନି ଛୁଇଁ ପ୍ରଭୁ ପ୍ରେମରେ ରସେ
ନାଳୁଆ ଓଠେ ଖନେଇ ଖନେଇ କହେ
ବାବୁ ଡାକିଲେ ମୁଣ୍ଡ ସେ ହଲେଇ ଦିଏ
ଛନ୍ଦ ମନ୍ଦ କୁଟ କପଟ ଜାଣେନି ସିଏ
ସଭିଁକି ଆନନ୍ଦେ ସେଇ ଆପଣାଇ ନିଏ
ଚାଲି ତ ପାରୁନି ପଡୁଛି ଥର କୁ ଥର
ବଦ୍ଧପରିକର ହାରିବାକୁ ନାହିଁ ଡର
ଦେଖିବ ଦେଖିବ ନିଶ୍ଚଂୟ ଜିତିବ ସିଏ
ଦୃଢ ଇଛାକୁ ବା ହରେଇ ପାରିବ କିଏ
