STORYMIRROR

Anirudha Kund

Abstract

2  

Anirudha Kund

Abstract

ବାବୁ

ବାବୁ

1 min
96

ନିଦରେ ଶୋଇ ସେ ମୁରୁକି ମୁରୁକି ହସେ

ମାୟା ପାରେନି ଛୁଇଁ ପ୍ରଭୁ ପ୍ରେମରେ ରସେ

ନାଳୁଆ ଓଠେ ଖନେଇ ଖନେଇ କହେ

ବାବୁ ଡାକିଲେ ମୁଣ୍ଡ ସେ ହଲେଇ ଦିଏ

ଛନ୍ଦ ମନ୍ଦ କୁଟ କପଟ ଜାଣେନି ସିଏ

ସଭିଁକି ଆନନ୍ଦେ ସେଇ ଆପଣାଇ ନିଏ

 

ଚାଲି ତ ପାରୁନି ପଡୁଛି ଥର କୁ ଥର 

ବଦ୍ଧପରିକର ହାରିବାକୁ ନାହିଁ ଡର

ଦେଖିବ ଦେଖିବ ନିଶ୍ଚଂୟ ଜିତିବ ସିଏ

 ଦୃଢ ଇଛାକୁ ବା ହରେଇ ପାରିବ କିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract