STORYMIRROR

Bidyadhar Mantry

Abstract Drama Others

3  

Bidyadhar Mantry

Abstract Drama Others

ବାବା ନିଜକୁ ବେବୀ ଭାବୁ ଅଛି

ବାବା ନିଜକୁ ବେବୀ ଭାବୁ ଅଛି

1 min
137

     ବାବା ନିଜକୁ ବେବୀ ଭାବୁ ଅଛି

ବାବା ଶବ୍ଦର ମହତ୍ତ୍ଵ

ଠିକ୍ ବୁଝିଛି, ଯାହା ଅଙ୍ଗେ ନିଭାଇଛି

ସେ ଶବ୍ଦର କୁହୁକ ନୁହେଁ ଭୁଲିବାର

ସେ ଶବ୍ଦର ସମ୍ପର୍କ ଅତି ଆପଣାର

ଭୁଲି ହେବ ନାହିଁ ଏ ମର ଶରୀରେ


ତୋ କୋମଳ ଓଠ ଦୁଇ ଧାରେ

ଉଚ୍ଚାରିତ ବାବା ବାବା ଶବ୍ଦ

ପ୍ରଥମେ ଶୁଣିଛି, ଖୁସୀ ବି ହୋଇଛି

ବାତ୍ସଲ୍ୟ ଢେଉରେ ଭସାଇ ନିଜକୁ

ଭାସି ଗଲି ଖୋଜିବାକୁ ବାତ୍ସଲ୍ୟ ଚେହେରା

ଫେରି ମୁଁ ପାଇଲି

ମୋ ବାସ୍ଚଲ୍ୟ ରୂପ, ତୋ ଚପଳତାରେ


ମୋ ସହ ମିଛ ମିଛିକା ଅନା ବନା ଖେଳ

ଘର ସାରା କେତେ କୋଳାହଳ

ମିଛ ହସ ମିଛ କାନ୍ଦ ମିଛ ଭୁତ କଥା

ମିଛ ନୂଆ ବୋହୂ, ମିଛ ମାଆ ଗେଲ

ମିଛ କିନ୍ତୁ ମୋ ପାଇଁ ସତ

ଚିର ସ୍ମରଣୀୟ ସତ୍ୟ


ତୋ ପାଇଁ ଏତା ଆଣିଦେବି

ପରେ ପରେ ସେତା ଆଣିଦେବି

କହିଦେଲେ ଥରେ ଦୁଇଥର

ରାଜି ହୋଇଅଛୁ, ସବୁ ବୁଝିଗଲା ପରି

ଆଉ ଖୁସିରେ ମୁଁ ନାଚୁଥିଲି,

ଠକିଦେଲି ବୋଲି , ଠିକ୍ ସମୟରେ


ମୋ ନାନାବାୟା ଗୀତ ଆଉ ଗପ

ତୁ ହିଁ ଶୁଣିଛୁ

ହଁ ହଁ କହି, ଖୁସୀ ବି ହୋଇଛୁ

ମନଗଢା ହେଉ ଅବା ଖାଣ୍ଟି ମିଛ ଗପ

କେତେ ଶାନ୍ତି ସେଇ ମୁହୂର୍ତରେ

ଶୋଇପଡୁ ଯେବେ, ଗପ ଶୁଣି ଗୋଟିଏ ଲୟରେ


ତୋ ମାମା ସହ ଉଚ୍ଚବiଚ୍ଚ

ତୋ ପାଇଁ ଅସହ୍ୟ

ସବୁବେଳେ ମାମା ସପକ୍ଷରେ

ମୋତେ ବି ତାଗିଦ୍ କରିଛୁ

ଅଭିମାନେ କଥା କହି ନାହୁଁ

ବୁଝିଛି ତୋ ଅକୁହା କଥା

କିନ୍ତୁ, ବୁଝିପାରୁନାହିଁ କିମ୍ପା ଉଚ୍ଚବiଚ୍ଚ

ଟିକକ କଥାରେ


ମୋର ଆଉ ଦୁଃଖ କ'ଣ ଯେ !!!

ତୁ ତ ଆନନ୍ଦ ଦେଇଛୁ

ହସାଇଛୁ ଦୁଃଖ ସମୟରେ

 ଖେଳାଇଛୁ ବୋର୍ ଥିଲାବେଳେ

ନଚାଇଛୁ ପ୍ରତି ମୁହୂର୍ତ୍ତରେ

ଏବେ କିନ୍ତୁ ତୋ କଥା ହୃଦୟ ଭିତରେ


ତୋ ଓ ମୋ ର ପାର୍ଥକ୍ୟ

ସବୁ କିଛି ଅଦଳ ବଦଳ

ତୋ ଅଝଟ ଅମାନିଆ କଥା

      ମୋ ରାଗ ମାଡ ଆଉ ଗାଳି

ତୋ ରାଗ ମାନ ଅଭିମାନ

       ମୋ ମନ ଭୁଲା ମନଗଢ଼ା ଗପ 

ସବୁ କିଛି ସାଇତି ରହିଛି 

       ମୋ ହ୍ରୁଦୟ ଶିରା ପ୍ରଶିରା ରେ


ତୋ ଅଭିମାନ ଦେଖିବାକୁ ନିତି

      ମୋତେ କାହିଁ କୌତୁକ ଲାଗୁଛି

ତୋ ଅଭିମାନ ଭରା ରାଗ ଋଷା ଦେଖି

      ନିଜକୁ ବି ବେବି ଭାବୁ ଅଛି!!

      

                  


        

      


      






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract