STORYMIRROR

Pranati Jena

Tragedy

3  

Pranati Jena

Tragedy

ଅୟୁତ ଯୁଗର ଆଶା

ଅୟୁତ ଯୁଗର ଆଶା

1 min
140

ସ୍ମୃତିର ଗଣ୍ଠିଲି ପଡିଥାଉ ଗଣ୍ଠି

ଫିଟାଇଲେ ସହିବନି 

ଅଶ୍ରୁସିକ୍ତ ଆଖି ଅମାନିଆ ଭାରୀ

ବୋଲକେବେ ମାନିବନି.....


ସ୍ୱାର୍ଥପର ଏଠି ଏମିତି ମଣିଷ

ରହିବେକି ସବୁଦିନ 

କାହିଁକ କେଜାଣି ପଥର ହୃଦୟ

ଗଢ଼ିଥିଲେ ଭଗବାନ......


କେତେ ଆଉ ତୁମେ ଗୁମୁରି କାନ୍ଦିବ

ଲୁହ ଲହୁ ଭରାଆଜି 

ଛାର ଏ ମଣିଷ ଦେବତା ହୋଇବ

ଗୁଣର ବଇରୀ ସାଜି.....


ବଇରୀ ସାଜିଛି ହୃଦୟ ଯାହାର

ବନ୍ଧୁବୋଲି କାହିଁ ଭାବ 

ନିରିଦୟ କେବେ ହୁଏନି କାହାର

ବଦଳେନି ତା' ସ୍ୱଭାବ......


ଯାଯାବର ହୋଇ ଜୀବନ ତୀରରେ

ଜାହ୍ଣବୀର ସ୍ପର୍ଶ ପାଇଁ 

ମାୟାର ରଙ୍ଗକୁ ଚିହ୍ନି ନ ପାରିଲେ

ନିଜତ୍ୱ ହଜିଲା କାହିଁ......


ଜାଳିବା ଠାରୁ ଏ ଜଳିବା ବଳିଛି

ଜ୍ୱଳନରେ ପ୍ରାଣଦହେ 

ମଣିଷତ୍ୱ ଆଜି ମଣିଷ ହାରିଛି

ଅଵିଵେକୀ ପଣେସିଏ.....


ବୁଢିଆଣି ଜାଲେ ସମ୍ପର୍କ ସଂସାରେ

ଉଜୁଡା ଜୀବନ ମୋହ 

ନିରାଶାରେ ଭରା ତଥାପି ଆଶାରେ 

ହୃଦୟେ ଭରିଛି କୋହ.......


ଜଳି ସାରିଛି ଯେ ଆଉ କି ଜାଳିବ

ଅନ୍ଧାରରେ ରଖିତାକୁ 

ତମାମ ଦୁନିଆ ଆଢୁଆଳେ ଭାବ

 ଦେଖୁଛିବି ଏ କର୍ମକୁ.......


ଶ୍ରଦ୍ଧା ବିଶ୍ୱାସର ପ୍ରାଚୀରକୁ ଭାଙ୍ଗି

କି ଲାଭ ନର୍କର ଦ୍ୱାର 

ନନ୍ଦିଘୋଷ ଆଜି ପ୍ରେମ ଖଡ୍ଗଧରି

ପ୍ରଯତ୍ନ ସଂକୀର୍ଣ୍ଣତାର........


ବନ୍ଧନ ହଜିଛି ବନ୍ଧବାଡ଼ ଡେଇଁ

ବନ୍ଧ୍ୟାତାର କଳେବର 

ତଥାପି ଜାଣିଛି ସତ୍ୟପଥ ଛୁଇଁ

ପାରିବନି କଳୁଷର......


ଭାଙ୍ଗିବାତ ଏଠି ସହଜ ସରଳ

ମାୟା ପ୍ରବଞ୍ଚନା ମେଳା 

ଉଜୁଡାକୁ ଏଠି ରଙ୍ଗଦେଇ ଖଳ

ଡରଟିକେ ଚକାଡୋଳା........


ଦିଶାହୀନ ଏଠି ଜୀବନ ବିପଣି

ଅୟୁତ ଯୁଗର ଆଶା 

କ୍ଲାନ୍ତ ତୃଷିତର ଲୁହକାଳି ଆଣି

ଲେଖିବ କି ପରିଭାଷା......


ଆଣିଥିଲ ଦିନେ ସଵାରୀ ସଜାଇ

ସ୍ୱର୍ଣ୍ଣିମତା ହୃଦଦେଇ 

ବେଙ୍ଗୀ ପିତଳଟି ପିତାଗଲି ହୋଇ

କିପରି ଭାବନା ପାଇଁ.......


ପ୍ରାରବ୍ଧ ବୋଲିରେ ଭାବୁଛି ଏହାକୁ

ଜନ୍ମଲଗ୍ନ ତିଥିବେଳା 

ଉପାସନା ତୁମ ନିତ୍ୟ ଉପାସ୍ୟକୁ

ପାଶେଥାଅ ଚକାଡୋଳା........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy