STORYMIRROR

Kiranbala Rath

Abstract Classics

4  

Kiranbala Rath

Abstract Classics

ଅତୁଟ ମମତା

ଅତୁଟ ମମତା

1 min
386

ଭାଇଟିଏ ବୋଲି ରାକ୍ଷୀ ପଠାଇଲି

ଆଦର କରି ବାନ୍ଧିବ

ରାକ୍ଷୀ ମାତ୍ର ନୁହେଁ ରକ୍ଷା କବଚ ଏ

ବିପଦ ରୁ ଉଧାରିବ.... ।


ମାଁ ମଙ୍ଗଳାଙ୍କ ପାଦରେ ସମର୍ପି

କରିଛି ଏ ରାକ୍ଷୀ ପୂଜା ,

ଏ ରାକ୍ଷୀ ବାନ୍ଧିଲେ ସୁନା ଭାଇ ତୁମ

ଉଡିବ କୀରତି ଧ୍ୱଜା.... ।


ରାକ୍ଷୀ ର ବନ୍ଧନ ପବିତ୍ର ଅଟଇ

ଭାଇ ଭଉଣୀ ଙ୍କ ପାଇଁ

ମନେ ମନେ ଖୋଜି ଏତେ ଦିନ ପରେ

ତୁମକୁ ପାଇଛି ଭାଇ ... ।


ରାକ୍ଷୀ ବାନ୍ଧି ଦେଲି ହାତରେ ତୁମର

ଭୁଲିଯିବ ନାହିଁ ଭାଇ 

ରାକ୍ଷୀ ନୁହେଁ ସେ ସ୍ନେହର ବନ୍ଧନ

ଅଟେ ଯୁଗ ଯୁଗ ପାଇଁ.... ।


ଭାବିବନି ଏଇଟା ସୂତା ଖିଅ ବୋଲି

ଛିଣ୍ଡାଇ ଦେବନି ଡୋରି

ଏହାରି ଭିତରେ ସକଳ ମମତା

ଦେଇ ଅଛି ମୁଁ ଭରି.... ।


ଧନ ଦଉଲତ ଲୋଡ଼ା ନାହିଁ ମୋର

ଲୋଡ଼ା ନାହିଁ ବୈଭବ

ବିପଦେ ଆପଦେ ରକ୍ଷା ମୋର

ଆସି କରୁଥିବ .... ।


ତା' ଠାରୁ ଅଧିକ ଆଉ କିଛି

ଆଶା କରୁ ନାହିଁ ମୁହିଁ

ରାକ୍ଷୀ ବାନ୍ଧି ଦେଲି ହାତରେ ତୁମର

ଭୁଲିଯିବ ନାହିଁ ଭାଇ.... ।


ମାଁ ମଙ୍ଗଳାଙ୍କୁ ଜଣାଉଛି ନିତି

ଏ ବନ୍ଧନ ଦୃଢ଼ ହେଉ

ଅତୁଟ ମମତା ଅମର ଅକ୍ଷରେ

ଲିପିବଦ୍ଧ ହୋଇ ରହୁ .... ।


Rate this content
Log in

Similar oriya poem from Abstract