ପ୍ରଭୁ ସମର୍ପିତ "ଅତୁଟ ବିଶ୍ୱାସ"
ପ୍ରଭୁ ସମର୍ପିତ "ଅତୁଟ ବିଶ୍ୱାସ"
ବିଶ୍ୱାସର ଡୋର ହେଉଅଛି କ୍ଷୀଣ
ଦେଖି ତୁମ ନୀରବତା ,
ବିଳପି ଉଠୁଛି ମମତାର କଳି
ଦେଖ ଇଛାମୟ କର୍ତ୍ତା ।
ଆକୁଳିତ ପ୍ରାଣ ଡହଳ ବିକଳ
କୋହକୁ ନେଇ କୋଳେଇ,
ନିରୀହ ଚାହାଣୀ ନୀରବି ଯାଇଛି
ଆଖିରେ ଲୁହ ଶୁଖେଇ ।
ଏ' କିବା କଷଣ ଅଜାଡ଼ି ଦେଇଛ
ମମତା ଭାଗ୍ୟ ଆକାଶେ,
ସତେକି କରୁଣା ସରି ଯାଇଅଛି
ତୁମରି କୃପା ଆଶିଷେ ।
ଦୁଃଖୀ ଦୁଃଖ ହର ଜାଣନ୍ତି ଜଗତେ
କିବା ଦୋଷେ ଆଜି ମୌନ,
ବିଶ୍ୱାସରେ ବିଷ ଭର ନାହିଁ ପ୍ରଭୁ
ନ କରି ବିଶ୍ୱାସ କ୍ଷୁର୍ଣ୍ଣ ।
ବନ୍ଧା ପଡ଼ିଅଛି ବିଶ୍ୱାସ ତୁମଠି
ଅଛପା ନାହିଁ ତୁମକୁ ,
ଅତୁଟ ବିଶ୍ୱାସ ମମତାର ରହୁ
କୋଳେଇ ନିଅ ତାହାକୁ।
ସବୁ ଦୋଷା ଦୋଷ କ୍ଷମିବ ଠାକୁରେ
ଏତିକି ମାଗୁଣି ମୋର ,
ମମତା ରହିଲା ବନ୍ଧା ତୁମଠାରେ
ତୁମେହିଁ ଉଦ୍ଧାର କର।
