ଅଟଳ ନିଷ୍ପତ୍ତି
ଅଟଳ ନିଷ୍ପତ୍ତି
କଠୋର ନିଷ୍ପତ୍ତି
ଭଲ ଲାଗେ
ଜାଣିଲେ
କଠିନ ନିଷ୍ପତ୍ତି
ବହୁତ ଭଲ ଲାଗେ
ଅଙ୍ଗେ ନିଭେଇଲେ
କଳ୍ପନାତୀତ ନିଷ୍ଣତ୍ତି
ଗୌରବ ମଣ୍ଡିତ ଲାଗେ
ଅଳପ ଅଳପ ଗଳ୍ପ ଭିତରେ
ଜେଜେ କହୁଥିଲେ ସୁନ୍ଦର ବାଗେ
ଯେମିତି
ଦେବଦାସର ପାର ଠାରୁ
ବାଜପେୟୀ କାଲମ୍ ନବୀନ
ଜୟା ମାୟା ମମତା ଠାରୁ
ଯେମିତି ରତନ ଟାଟାର
ସିମି ଗେରେୱାଲ୍ ଠାରୁ
ଯେମିତି ଭାଇଜାନାର ନିଷ୍ପତ୍ତି
ବେବିଜାନ୍ ଠାରୁ
ଯେମିତି ସାହିରୁଲର ନିଷ୍ପତ୍ତି
ଫାରନା ଠାରୁ
ମୋତେ ପଚାରନା କାହିଁକି
ନ କହିଲେ ଭଲ
ନ ଶୁଣେଇଲେ ଆହୁରି ଭଲ
ନ ଜାଣିବାର ଉତ୍କଣ୍ଠା ଥିଲେ
ସର୍ବାଦୌ ସର୍ବାନ୍ତକରଣେ ଭଲ
ମାତ୍ର କଳାମୁଣ୍ଡିଆ ମଣିଷ କୂଳ
ଇଚ୍ଛା ପ୍ରବଳ
ମହିମାମଣ୍ଡିତ ପରଛିଦ୍ରନ୍ୱେଷୀ ଦଳ
ଚିନ୍ତା କରାଳ
ଅବଦମିତ ଇଚ୍ଛାକୁ
ଦମନ କରିବା
କଷ୍ଟକର ନୁହେଁ ତ କାଠିକର
ଚିନ୍ତା ଛେଦନ କରିବା
ଆହୁରି ଦୁରୁହ ବ୍ୟାପାର
ଦୁର୍ବଳ ମୁହୁର୍ତ୍ତରେ ମନ ପ୍ରାଣ ଦେଇଥିଲେ ଦିନେ
ଚଢିଥିଲେ ହିମରୁ ହିମାଳୟ
ଡେଇଁଥିଲେ ଅଗ୍ନିବଳୟରୁ ସ୍ନେହବଳୟ
ସବଳ ମୁହୁର୍ତ୍ତରେ
ସମୟ ପରିସ୍ଥିତି ତନ୍ତ୍ରରେ
ବାଛିନେଲେ ଶାନ୍ତି ବଳୟ
ତଥାପି ଦୂରେ ଥାଇ ବି ପାଖରେ
ତଥାପି ରାଗ ଥାଇ ବି ଲୁହରେ
ତଥାପି ଲୋଭ ଥାଇ ବି ତ୍ୟାଗରେ
ନିଜ ଅଟଳ ନିଷ୍ପତ୍ତିକୁ ବାନ୍ଧିପାରିଲେ ଲକ୍ଷଣରେଖା ଭିତରେ
ଅନ୍ୟ ଅର୍ଥରେ
ସେମାନେ ଭାବିଲେ ଭାବିନେଲେ ଯେ
ଅତୀତ ଇଛାକୁ ବନ୍ଦି କଲେ ହିଁ ମୁକ୍ତି
ଝୁରି ମରିଲେ ହିଁ ନିର୍ବାଣ ପ୍ରାପ୍ତି
ବିରହେ ଜଳିଲେ ହିଁ ବ୍ରହ୍ମଶାନ୍ତି
ପୁଣି ଅମୂଲ୍ୟ ସୁଧାନିଧି ଭାବି ଚଳୁ କରିଲେ ହିଁ
ସ୍ବର୍ଗପ୍ରାପ୍ତି
