STORYMIRROR

pratap nayak

Romance Tragedy

3  

pratap nayak

Romance Tragedy

ଅଟକିଛି କାହିଁକି ଜାଣେନା

ଅଟକିଛି କାହିଁକି ଜାଣେନା

1 min
2.4K


ମୋ ଏକାକିତ୍ୱରେ ଅନ୍ତରଂଗତା ଭରୁଥିଲ ତୁମେ

ମୋ ହସରେ ଭାଗ ବସଉ ଥିଲ

ମୋ ପ୍ରତିଟି ମୂହୁର୍ତ୍ତକୁ ତଉଲୁଥିଲ

ପାଖେ ପାଖେ ରହି

ତୁମେ

ମୋ ଠାରୁ ଛଡେଇ ନବାକୁ ଚେଷ୍ଟା କରୁଥିଲ !

ତୁମ ଖୁସି

ତୁମକୁ ଭଲ ପାଇବା

ତୁମକୁ ଭୁଲି ନଯିବାର ଅଂଗିକାରତା

ବାରମ୍ବାର କରେଇ ନଉଥିଲ ତୁମେ

ହେଲେ ଯେବେ ତୁମ କାମନା

ସରିଗଲା ମୋଠାରୁ

ବାସନା ନିର୍ବାପିତ ହେଲା ତୁମରି ଇଚ୍ଛାରେ

ଭଅଁର ପରି ଭ୍ରମଣ ଆଳରେ

ଚାଲିଲ ପାଖରୁ ଦୂରକୁ ଭିନ୍ନ ଏକ

ଭ୍ରମରର ପାଶେ

ମୁଁ ଜାଣିଛି

ଭ୍ରମରେ ପାଇଲ ଭ୍ରମର ତୁମେ!

ଅନେଇ ରହିଛି ମୁଁ

ସବୁ ଘଟୁଛି ମୋ ଚାରିପଟରେ

ମୋ ଆଖି ଆଗରେ

ସବୁଜରେ ଭରିଛ ତୁମ ରଂଗୀନ ଦୁନିଆଁ

ଆଡ ଆଖିରେ ପରତେ ଚାହୁଁନ

ମୁଁ ହଜେଇ ଥିବା ମୋର ହସ

ମୋର ବୟସ

ମୋର ଏକାନ୍ତତା

ପୁଣି ମୋର ଖୁସି

ଖୋଜୁଛି ମୁଁ ବାଟରେ ଘାଟରେ

ତୁମ ଗାଡିର ଚକା ତଳେ

ଯେଉଁଠି କାନି ଉଡେଇ

ଧୁଆଁ ଛାଡି ଚାଲିଗଲ ତୁମେ

କିନ୍ତୁ କାହିଁକି ଯାଉନ ମୋ ମାନସ ପଟରୁ

ମୋ ସ୍ୱପ୍ନରୁ

ମୋ ସ୍ମୃତିରୁ

ମୋ ଚିରାଚରିତ ଅବୟବରୁ ତୁମେ??

ଅଟକିଛି କାହିଁକି ଜାଣେନା

ଅଟକିଛି କାହିଁକି ଜାଣେନା???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance