ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ତୁମେ ସିନା ପାଲଟିଲ
ଦସ୍ୟୁ ରତ୍ନାକରରୁ
ମହର୍ଷି ବାଲ୍ମୀକି,,,,,
ହେଲେ ମୁଁ,,,,?
ମୁଁ ପରା ପାଲଟିଛି
ପାଷାଣୀ ଅହଲ୍ୟା
ଶୂନ୍ୟ ଉଇହୁଙ୍କା l
ତୁମେ ଛୁଇଁ ଦେଲା ପରେ
ସ୍ଥାଣୁ ପାଲଟି ଯାଇଛି ମୁଁ,
ଅଟକି ଯାଇଛି ମୁଁ
ତ୍ରିଶାଙ୍କୁ ରୂପରେ
ସ୍ତବ୍ଧ ମୋ ପ୍ରାରମ୍ଭ, ପ୍ରାରବ୍ଧ
ଶୂନ୍ୟତାରେ ଭରିଛି ପ୍ରତିକ୍ଷଣ l
ନିଶ୍ଚଳ ନିସ୍ତବ୍ଧ ଜୀବନ,
ମରା ମରା ଜପି
ତୁମେ ସିନା ଗଲ ତରି
ହେଲେ,,,,,
ମୁଁ କଣ ଜପିବି କୁହ
ଦଗ୍ଧୀଭୂତ ମୁଁ
ନିସଂଗତା ର କଳାନଳେ
ଜଳୁଛି ମୁଁ ତୁହାକୁ ତୁହା,
ଶୂନ୍ୟତାର ହାହାକାରେ,
ବିରହ ଫୁତ୍କାରେ
ବିଷମୟ ଚତୁର୍ଦିଗ,
ହଜିଯାଇଛି ସବୁ,
ଆଶା ସ୍ବପ୍ନ ଇଚ୍ଛାର ବଉଦ,
ନିଖୋଜ ମୁଁ ନିଜଠୁ ବି
ନିଜେ ମୁଁ ଅଜଣା
ପରିଚୟ ଓ ଠିକଣା

