STORYMIRROR

Shashanka sekhar Ray

Tragedy

3  

Shashanka sekhar Ray

Tragedy

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
477


ମୋତେ କଣ ତୁମେ ମାରିପାରିବ

ମୁଁ ମରିନି ଆଜି ବି ବଞ୍ଚିଛି

ତୁମ ଅନ୍ୟମନସ୍କତାର ଛାଇ ନିଦେ

ସେଦିନ ସିନା ମୋ ଶରୀରଟାକୁ

ଖିନବିନ୍ କରିଦେଲ ମାଂସାସୀ ଦାନ୍ତେ

କଂଚାମାଂସ ଖାଇବାକୁ ଭାରି ଲୋଭ

ପାଟିରୁ ଗଡେ ଲାଳ ଅନବରତ

ଦେଖି ମୋ ଢଳଢଳ ଯୌବନ ଭରା ଦେହକୁ ।

ପରିତ୍ୟକ୍ତ ଭଙ୍ଗା କୋଠାଘରେ

ମୋ ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତି

ଧଳା ବିଷାକ୍ତ ଜହର ଭରି ସାରା ଦେହେ

ଅଳିଆ ଗଦାକୁ ଫୋପାଡି ଦେଲ

ମୋ ସତୀତ୍ଵର ଖୋଳପାକୁ ଚିରି

କେତେ ଆକୁଳ ବିନୟ ଅନୁମେୟ କରିନି ମୁଁ

ପବନରେ ଉଡିଯାଇଛି ସବୁକିଛି

ମୁନିଆଁ ବାଘ ଦାନ୍ତେ ହେଲି ଲହୁଲୁହାଣ

ଜାବୋଡି ଧରି ମୋ ଛାତିର କୋହକୁ ।

ରକ୍ତ ମାଂସର ସ୍ନାୟୁବିକ କ୍ଷଣିକ ଉତ୍ତେଜନା ଛଡା

କଣ ପାଇଲ ଯେ ତୁମେ

ଲୁଟିନେଲ ମୋର ସାଇତାଥିବା ମଧୁକୁ

କାଟିନେଲ ରଙ୍ଗିନ ପ୍ରଜାପତିର ଡେଣା ଯୋଡିକୁ 

ଯିଏ ଉଡିବୁଲୁଥିଲା ସ୍ଵପ୍ନର ଆକାଶେ 

ମଥାରେ ସିନ୍ଦୁର ପାଟ ପିନ୍ଧି ହାତେ କଙ୍କଣ ନାଇ

ସାଜିଥାନ୍ତି କାହାର ସ୍ଵପ୍ନର ନାୟିକାଟିଏ ।

ମେଡିକାଲ ବିଛଣାରେ ମୋ ଭୀଷଣ ଚିତ୍କାର 

ମିଡିଆ ବାଲାଙ୍କର ଗରମାଗରମ ମସଲାଯୁକ୍ତ ଖବର

ଡେଇଁଯାଇଥିଲା ଗଳିକନ୍ଦିଗାଁ ସହର 

ସରକାର ବିରୋଧୀଙ୍କ କଥା କଟାକଟି

ଗାଦି ଲୋଭେ ମୂଲଚାଲ ହେଲା ମୋ ସତୀତ୍ଵ

ନୀରବ ରଖିବାକୁ ମୋ ମୁଁହ

ସବୁ ସତ ବହୁରୂପୀ ଏଣ୍ଡୁଅ ଭଳି ମିଛ ହେଲା ବିଜ୍ଞାନଗାରେ

ଧର୍ଷିତା ନୁହେଁ ମୁଁ କାଳେ ପାଗଳୀଟିଏ ।

ମୃତ୍ୟୁର କୁମ୍ଭୀର ଜଗିବସିଥିଲା ନଈକୂଳେ

ପାଦ ବଢାଇଲି ଜାଣିଶୁଣି ଧରାଦେଲି ତା ପାଟିରେ

ସବୁଦିନ ପାଇଁ ଧୋଇଧାଇ

 ଦେଲି ସିନା କଳଙ୍କର ଦାଗ

ପୋଛିପାରିଲିନି ହୃଦୟର ଅଦେଖା କ୍ଷତକୁ ।

ଅତୃପ୍ତ ଆତ୍ମା ମୋର ଘୁରିବୁଲୁଛି

ଏବେ ବି ସେ ମେଡିକାଲ କୋଠରୀରେ

ରାତିର ନିଃଶବ୍ଦ ପ୍ରହରେ

କାହାକୁ କେଜାଣି ଖୋଜୁଛି

ଝରକା ପରଦା ଆଡେଇ ବାରମ୍ଵାର

ହସୁଛି ଆଉ କାନ୍ଦୁଛି ପାଗଳୀ ପରି

ଦାନ୍ତ ରେଶାଳି କେଶ ମେଲେଇ 

ଚାହିଁ ବସିଛି ନ୍ୟାୟ ଟିକିଏ ପାଇବାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy