STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଅତିଥି ଦେବୋ ଭବ

ଅତିଥି ଦେବୋ ଭବ

1 min
352

ଏଇ ଭାରତ ମୋ ଦେବଭୂମି

ଏଇ ଭାରତ ମୋ ସ୍ୱର୍ଗ 

ଏ ଭାରତ ମୋ ପୁଣ୍ୟଭୂମି 

ଯହିଁ ଝରେ ଦେବତା ଆଶିଷ। 

ଗଙ୍ଗା, ଗୋଦାବରୀ ଅଙ୍କେ ଯାର ଶୋହେ

ହିମାଳୟ ଶୁଭ୍ର ମୁକୁଟ

ସାଗର କରୁଛି ଚରଣ ଧୌତ

ଗଭା ସଜାଉଛି ବଉଦ

କର୍ମଭୂମି ଏଇ ଧର୍ମଭୂମି ମୋର

ତପୋଭୂମି ମୋର ମୋକ୍ଷଭୂମି

ସେ ମାଟି କୋଳେ ଜନମିବା ଲାଗି

ଦେବତା ହେଲେ ବି ରାଜି

ଅହିଂସା ଯାହାର ଶ୍ରେଷ୍ଠ ଧରମ

ଏକତା ଯେଉଁଠି ବଳ

ପିତାମାତା, ଗୁରୁ, ବ୍ରାହ୍ମଣ, ଦେବତା

ପୂଜ୍ୟ ପୂଜା ଭାରତର

ଅତିଥି ଦେବତା ଏଇଠାରେ ପୁଣି

ପରୋପକାର ଧର୍ମ 

ଅନନ୍ୟ ସଂସ୍କାର ସଂସ୍କୃତି ଯାହାର

ଭାରତ ମୋ ବିଶ୍ଵେ ଗରୀୟାନ 

ବିସ୍ତୃତି ଯାହାର ହିମାଳୟଠାରୁ କୁମାରୀକା ଯାଏ 

ଅବର୍ଣ୍ଣନୀୟ ଯା କୀରତି ଗାଥା 

ବିଶ୍ୱ ବନ୍ଦନୀୟା ମୋ ଭାରତ ମାତା

ଫରଫର ଉଡେ ଗୌରବ ଧ୍ୱଜା



Rate this content
Log in

Similar oriya poem from Inspirational