ଅତିରିକ୍ତ
ଅତିରିକ୍ତ
ସୁନ୍ଦରତମ ସେ ଅନ୍ୟ ହୃଦୟର ସୌନ୍ଦର୍ଯ୍ୟକୁ ଦେଖିପାରେ,
ଅସୁନ୍ଦର କିଛି ନାହିଁ ତା' ଦୃଷ୍ଟିରେ ଏହି ସୁନ୍ଦର ସୃଷ୍ଟିରେ ।
ପଥର କାଠରେ ସୁନ୍ଦର ମୂର୍ତ୍ତିକୁ ଦେଖିପାରେ କାରିଗର,
କାଦୁଅ ମାଟିରେ ଗଢ଼ିପାରେ ଦେବୀ ସତେ କେଡ଼େ ମନୋହର ।
ଚିତ୍ରକର ଜଣେ ସୁନ୍ଦର ଚିତ୍ରଟି ଆଙ୍କିଦିଏ କାଗଜରେ,
ରଙ୍ଗ ତୂଳୀ ଧରି ଦେଖେ ସେ ସୁନ୍ଦର ଯାହା ଅଛି ଜଗତରେ ।
କବି କଲମରେ ସୁନ୍ଦର ବର୍ଣ୍ଣନା ଫୁଟିଉଠେ ହୃଦୟରେ,
ଜି ସୁନ୍ଦର କୋଠା ଠିଆ ହେଇଯାଏ ରାଜମିସ୍ତ୍ରୀ କରଣୀରେ ।
ସୁନ୍ଦର ଭାବରେ ବୁଣିଦିଏ ଲୁଗା ଯତନରେ ବୁଣାକାର,
କୋଟି ଜଣ ମନ କିଣିନିଏ ବସ୍ତ୍ର ରୁଚିପୂର୍ଣ୍ଣ ସେ ସୁନ୍ଦର ।
ବାଇ ଚଢେଇର ବସାଟି ସୁନ୍ଦର ଚମତ୍କାର କାରିଗରୀ,
ମହୁମାଛି ଫେଣା ଦେଖିଲେ ଲାଗୁଛି ସିଏ ସୌନ୍ଦର୍ଯ୍ୟ ପୂଜାରୀ ।
ସବୁ ତ ସୁନ୍ଦର ପ୍ରକୃତିର ସୃଷ୍ଟି ଦୋଷ ଦେଖି ହେବନାହିଁ,
ଈଶ୍ୱରଙ୍କ ଦାନ କେବଳ ସୁନ୍ଦର ଉପହାର ଆମପାଇଁ ।
