ଅତୀତରୁ କିଛି
ଅତୀତରୁ କିଛି
ବର୍ଷା ,ତୁମକୁ ଦେଖି ଏବେ ହସ ଲାଗୁଛି
ଯେବେ ଅତୀତର ସେହି କିଛି କଥା ମନେ ପଡୁଛି
ଭାବି ଭାବି ହସି ହସି ଟିକେ ଉଦାସ ହେଉଛି
କାରଣ ,ସେହି ଦିନ ଏବେ ଚାଲି ଯାଇଛି |
ମନେ ପଡୁଛି ଟିମ୍ର ଏହି ଟୁପୁର ଟୁପୁରୁ ସ୍ୱର
ଆଉ ତୁମର କେବେ କେବେ ମୁଷଳ ଧାର
ତୁମ ସେହି ଝରିବା ସଙ୍ଗେ ମୋର ଭିଜିବାର
ଆଉ ଭିଜି ଭିଜି ତୁମ ସଙ୍ଗେ ଖେଳିବା କଥାର |
କେବେ କେବେ ତୁମେ ବି ଖେଳୁଥିଲ
ଝିପି ଝିପି ବରଷି, ପୁଣି ରହି ଯାଉଥିଲ
ସତେକି ଯେମିତି କିଛି ପ୍ରସ୍ତୁତି କରୁଥିଲ
ପୁଣି ବରଷି ସମସ୍ତଙ୍କୁ ଯେମିତି ଆହ୍ୱାନ ଦେଉଥିଲ ।
କେହି କେହି ତୁମକୁ ଡରି ବି ଯାଉଥିଲେ
କେବେ ଚାଟ ଆଉ ବର୍ଷାତିର ସାହାରା ନେଉଥିଲେ
ତୁମଠାରୁ ନିଜକୁ ଦୁରେଇ ରଖୁଥିଲେ
ତୁମ ସହ ଭିଜିବାକୁ କେତେ ଡରୁଥିଲେ ।
ମୋତେ କିନ୍ତୁ କେବେ ଭଲ ଲାଗୁ ନଥିଲା
ଛତା ଆଉ ବର୍ଷାତି ମୋର ପାଖ ପଶୁନଥିଲା
ଯଦି କେହି ମୋତେ ଆକଟ କରୁଥିଲା
ମନଟା ମୋର ପୁରା ଫିକା ପଡି ଯାଉଥିଲା |
ଭାବୁଥିଲି ,କାହିଁକି ତୁମପାଇଁ ଏତେ କଟକଣା
ବୋଧହୁଏ ତୁମ ସଙ୍ଗେ ଭିଜିବାର ମଜା ନଥିଲା ଜଣା
କିମ୍ବା ତୁମର ମାୟା ସବୁ ଥିଲା ତାଙ୍କୁ ଜଣା
ତଥାପି ହେଉନଥିଲି ମୁଁ କେବେ ବାଟବଣା |
ହେଲେ ମୁଁ ଥିଲି ସେ ସବୁରୁ ଦୂରରେ
ନାଚୁଥିଲି ତୁମ ସଙ୍ଗେ ଭିଜି ବଡ଼ ଆନନ୍ଦରେ
ଦେଖୁ ଦେଖୁ ସେହି ଦିନ ଲୁଚିଗଲା ଅତୀତରେ
ଏବେ ତୁମକୁ ଲୁଚୁଛି ଏହି ବୟସର ଚାପରେ |
କିନ୍ତୁ ,ମୋର ସେହି ଅନୁଭୂତି ସାଇତି ରଖିଛି
ତୁମକୁ ଏବେବି ଦେଖି ,ମୁଁ ଭାବୁଛି
ଫେରିବାନି ସେହି ଦିନ ଜାଣି ,ଉଦାସ ହେଉଛି
ମୋର ତୁମ ସଙ୍ଗେ ସେହି ଅନୁଭୂତି ଅତୀତ ହୋଇଛି |
