STORYMIRROR

Gangotri Priyadarshini

Abstract Tragedy Inspirational

3  

Gangotri Priyadarshini

Abstract Tragedy Inspirational

ଅତୀତର ପୁନରାବୃତ୍ତି

ଅତୀତର ପୁନରାବୃତ୍ତି

1 min
202


କଣ୍ ଅଛି ଯେ ,

ସେ ଯନ୍ତ୍ରଣା ଦଗ୍ଧ ଅତୀତରେ

ଇତିହାସ ତ କୁହା ନଯାଇ ପାରେ 

ସାଧାରଣ ମଣିଷ ର ଜୀବନୀ

ମେଞ୍ଚାଏ ରଙ୍ଗ ଛଡ଼ା ସ୍ମୃତି

କିଛି କାମରେ ଆସିବନି ।।


ଟିକେ ଜଗି କି ଥିବ ସେ ସ୍ମୃତି ଠୁ

ଧସେଇ ପଶିବାଟା ପୁରୁଣା ଖୋଇ

ଅବେଳରେ ଭିଡ଼ି ନେବ ପୁଣି

ସେ ମୁହୁର୍ତ୍ତ ମୁହୁର୍ତ୍ତ 

ମରି ମରୁ ବଞ୍ଚୁଥିବା ସେ ଅତୀତକୁ ।।


କେତେ ଲାଞ୍ଛନା 

ଜୀବନ ଦୀପ ବି ଧପ୍ ଧପ୍ ହେଇ

ଲିଭିବାର ଅଭିନୟ କରୁଥିଲା

ଯାହା ହେବ ହେଉ

ମାତ୍ର ସେ ରୁଗଣ୍ ସମ୍ପର୍କର

ସାହଚର୍ଯ୍ୟ ପୁଣିଥରେ ଅନାବଶ୍ୟକ ।।


ପୁଳାଏ ଅବିଶ୍ବାସ ର ଝଡକୁ

ନିଶ୍ବାସ ପ୍ରଶ୍ୱାସ ର ରୂପ ଦେବା 

ପାଗଳାମି ର ପରିଚାୟକ ନ ହେଉ

ଦୂର ପରବତ ସୁନ୍ଦର ଭ୍ରମ ରଖି

ମୁଁ ଆଉ ତୁମେ ଏମିତି

ମାଇଲ ମାଇଲ ଦୂରରେ ରହି 

ବାକି ତକ ଜୀବନ ବଂଚିଯିବା

ହୁଏତ ଏଇଟା ହିଁ ଠିକ୍ ହେବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract