Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଅତୀତ

ଅତୀତ

1 min
183


  

  କେତେ ସ୍ମୃତି କେତେ ଅଭୁଲା ମୁହୂର୍ତ୍ତ

  କେତେ ହସ କାନ୍ଦର ସମ୍ମିଶ୍ରଣେ

  ଶିଖାଏ ଜୀବନେ କେତେ ମହା ମନ୍ତ୍ର

  ଜୀଇଁବାର କଳା କୌଶଳର

  ଅଟଇ ସେ ମହାମିତ

  ଅତୀତ ସେ ଅତୀତ ।


   ଯନ୍ତ୍ରଣା ମନ୍ତ୍ରଣାରେ ଭରା 

   ଆମ ଏ ଜୀବନ ର ସଙ୍ଗୀତ

   କେତେ ଗୀତି କଥା କେତେ ଇତି କଥା

   ରଚେ ଆମ ପାଇଁ ଏ ଅତୀତ

  ଶୁଭ ଅଶୁଭ ମିଳନ ବିଚ୍ଛେଦ ର  

  ଏ ଅଟେ ଆମ ପାଇଁ ଜୀବନ ଗଣିତ

  କିଛି ସ୍ମୃତି କିଛି ଅନୁଭୂତି ଅଭିଜ୍ଞତା ର

   ଏ ଅଟେ ଜୀବନ ଜୀବିକା ର ମହା ଭାରତ

   ଅତୀତ ସେ ଅତୀତ ।


   ପରିବାର ପରିବେଶ ସବୁରି ପାଇଁ

   ହୋଇଯାଏ କେବେ ନିତ୍ୟ କେବେ ଅନିତ୍ୟ

   ଜୀବନ ର ସଂଜ୍ଞା ସେ

   ମୃତ୍ୟୁ ର ମୁକ ସାକ୍ଷୀ

  ମାଟି ମା' କୁ ଯୁଗେ ଯୁଗେ କରିଛି ଅମୃତ

  ଦେଶ ଓ ସମାଜର ପ୍ରଗତିର ବାର୍ତ୍ତାବହ

   ଶୃଙ୍ଖଳା ପ୍ରହରୀ ରୂପେ ହୁଏ ପରିଗଣିତ

  ଇତିହାସ ସେ ଇତି କଥା ସେ

  ସମଗ୍ର ବିଶ୍ଵେ ଶାନ୍ତିମୈତ୍ରୀ ପାଇଁ

  ସମୟ ସହ ତାଳ ଦେଇ

  ସମାଜକୁ ଦିଏ ଦର୍ଶନ ତତ୍ତ୍ଵ

  ବିଜ୍ଞାନ ସୁଜ୍ଞାନେ ସମାଜକୁ କରେ ଜାଗ୍ରତ

  ଅତୀତ ସେ ଅତୀତ ।


    ସଂସ୍କାର ସଂସ୍କୃତି ପରମ୍ପରାକୁ

    ସମୃଦ୍ଧ କରି ମଣିଷକୁ କରେ ସମ୍ମାନିତ

    ଇତିହାସ ଭୂଗୋଳ ବିଜ୍ଞାନ

    ସଭିଙ୍କ ମଧ୍ୟେ ସମନ୍ଵୟ ରଖି

    ବଞ୍ଚାଇ ରଖିବାକୁ ଯେ ହୋଇଛି ସମର୍ଥ

    ଅତୀତ ସେ ଅତୀତ

    ତା ପାଇଁ ତୁଚ୍ଛ କ୍ଷମତା ଓ ଅର୍ଥ

    କେତେ ଯୁଦ୍ଧ କେତେ ଦ୍ଵନ୍ଦ୍ଵ ସବୁକୁ

    କରିଛି ସେ ପରାସ୍ତ

    ସେ ମୁକ୍ତିର ପ୍ରୀତି ର 

    ମଶାଲ ଜାଳିବା ପାଇଁ

    ଅହରହ ହୋଇଛି ଚେଷ୍ଟିତ

    ପୁରାତନ କଥାବସ୍ତୁ 

    ହୋଇଛି ହୋଇ ରହିଥିବ 

    ତା ପାଇଁ ବଳିଷ୍ଠ

    ଏ ସମାଜ ବିଜ୍ଞାନ ରାଜନୀତି

    ସଭିଙ୍କୁ କରି ରଖେ ଯେ ସୁସ୍ଥ

    ସେ ଅତୀତ ସେ ଅତୀତ ।


    

      

    

   

 



Rate this content
Log in

Similar oriya poem from Abstract