ଅତୀତ
ଅତୀତ
ଅତୀତ ଯେବେ ଚେଇଁ ଉଠେ
ଅଝଟିଆ ଛୁଆ ପରି ରାତି ଅଧରେ
ଜିଦି ଧରି କାନ୍ଦି ଉଠେ
ବିତିଯାଇଥିବା ପୁରୁଣା କଥାକୁ
ମନେ ପକେଇ ।
ପୁଣି କେବେ ଅମାନିଆ ପଣରେ
ମାଗିଚାଲେ ଆସ୍ପର୍ଦ୍ଧା ହୋଇ
ସେ ତିକ୍ତ ମଧୁର ମୂହୁର୍ତ୍ତକୁ
ନିଜ ହାତରେ ସାଉଁଟିବା ପାଇଁ।
ବର୍ତ୍ତମାନ ବି ମା' ହୋଇ
ବୁଝାଇ ଗାଇ ଚାଲେ
ନାନା ବାୟା ଗୀତ
ଆଉ ଗୀତରେ ଥାଏ ମିଛ ପ୍ରତିଶୃତି
ଜହ୍ନ ତୋଳି ଆଣିବା ପାଇଁ।
ଅତୀତର ଅବୋଧତା ଆଗରେ
ତାକୁ ବୋଧ କରିବାର
ଇଏ ତ ଏକ ଉପାୟ ବୋଧେ।