STORYMIRROR

Tapaswini DashSarangi

Abstract Fantasy Others

2  

Tapaswini DashSarangi

Abstract Fantasy Others

ଅତୀତ

ଅତୀତ

1 min
146

ଅତୀତ ଯେବେ ଚେଇଁ ଉଠେ

ଅଝଟିଆ ଛୁଆ ପରି ରାତି ଅଧରେ

ଜିଦି ଧରି କାନ୍ଦି ଉଠେ 

ବିତିଯାଇଥିବା ପୁରୁଣା କଥାକୁ

ମନେ ପକେଇ ।

ପୁଣି କେବେ ଅମାନିଆ ପଣରେ

ମାଗିଚାଲେ ଆସ୍ପର୍ଦ୍ଧା ହୋଇ

ସେ ତିକ୍ତ ମଧୁର ମୂହୁର୍ତ୍ତକୁ

ନିଜ ହାତରେ ସାଉଁଟିବା ପାଇଁ।

ବର୍ତ୍ତମାନ ବି ମା' ହୋଇ

 ବୁଝାଇ ଗାଇ ଚାଲେ 

ନାନା ବାୟା ଗୀତ

ଆଉ ଗୀତରେ ଥାଏ ମିଛ ପ୍ରତିଶୃତି 

ଜହ୍ନ ତୋଳି ଆଣିବା ପାଇଁ।

ଅତୀତର ଅବୋଧତା ଆଗରେ

ତାକୁ ବୋଧ କରିବାର 

ଇଏ ତ ଏକ ଉପାୟ ବୋଧେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract